ନର୍ଲା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ 

ଓଡ଼ିଶା ତାଜା ନ୍ୟୁଜ (୨୨ ଜାନୁଆରି ୨୦୨୧, ଶୁକ୍ରବାର ) କଳାହାଣ୍ଡି :-  ନର୍ଲା ପୋଲିସ ପକ୍ଷରୁ ଜାତୀୟ ସଡକ ସୁରକ୍ଷା  ସପ୍ତାହ ପାଳନ ହୋଇ ଯାଇଛି । ନର୍ଲା ପୋଲିସ କର୍ମଚାରୀଙ୍କ ଉପସ୍ଥିତରେ ଅନୁଷ୍ଠିତ ଏକ ଶୋଭାଯାତ୍ରା ରେ ସଡକ ସୁରକ୍ଷା ଉପରେ ଲୋକଙ୍କୁ  ସଚେତନ କରିବା ପାଇଁ ସଡକ ସୁରକ୍ଷା ଜୀବନ ରକ୍ଷା ,ଦୁର୍ଘଟଣା ଦିଏ ଦୁଃଖ ନିରାପତ୍ତା ଆଣେ ସୁଖ ସ୍ଲୋଗାନ ଦେଇ ନର୍ଲା ବସ୍ତି ପରିକ୍ରମା କରିଥିଲେ । ନର୍ଲା ପୋଲିସ ଆଇ .ଆଇ .ସି  ରମଣୀ ରଞ୍ଜନ ଦଳାଇଙ୍କ ଉପସ୍ଥିତି ରେ ବିଶ୍ଵକର୍ମା ମୋଟର ସଂଘର କର୍ମକର୍ତ୍ତା ଓ ଛ।ତ୍ର ଛାତ୍ରୀ ମାନେ ଯାନବାହାନ  ଗୁଡିକୁ  ଅଟକାଇ ଗାଡି ଚାଳକଙ୍କୁ ହେଲମେଟ , ଜୋତା

ପନ୍ଧି ଗାଡି ଚଳାଇବାକୁ ଅନୁରୋଧ କରିଥିଲେ । ଏହା ସହ ନିଶାଦ୍ରବ୍ୟ ସେବନ ନ କରି ଗାଡି ଚଳାଇବା ଓ ରାସ୍ତା ନିୟମ ସବୁ ପାଳନ କରିବା ପାଇଁ ବୁଝାଇଥିଲେ । ଶେଷରେ ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ପୋଲିସ ଏ ଏସ ଆଇ  ବଂଶିଧର ସାମଲ ,ଦେବେନ୍ଦ୍ର ମାଝୀ ସମେତ  ଡମ୍ବରୁଧର ମାଝୀ ,ଯୁଧିଷ୍ଟିର ମାଝୀ ,କାମିନୀ ଭୋଇ ସଞ୍ଜୟ କୁମାର ସାହୁ ଓ ବିଶ୍ଵକର୍ମା ମଟର  ସଂଘର ସମ୍ପାଦକ ଧନେଶ୍ଵର ସାହୁ (ଶଙ୍କର ) ଟୁଟୁ ଜଡା ,ନେପାଲ ଗଉଡ ,ଅଜୟ ,ଲବ ଗଉଡ ଉପସ୍ଥିତ ଥିଲେ ।  ( ରିପୋର୍ଟ ପ୍ରଦୀପ କୁମାର ଗଉଡ, କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version