ପୌର କର୍ମଚାରୀ ମହାସଂଘ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର)  ଭୁବନେଶ୍ୱର :- ଆଜି ଓଡ଼ିଶା ମୁନିସିପାଲ କର୍ମଚାରୀ ମହାସଂଘ ତରଫରୁ ନଗର ଉନ୍ନୟନ ଓ ଗୃହ ନିର୍ମାଣ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ ସହ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ରାଜ୍ୟର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ଘୋଷଣା କରିବାକୁ ମନ୍ତ୍ରୀଙ୍କୁ ମହାସଂଘ ତରଫରୁ ଅନୁରୋଧ କରାଯାଇଥିଲା ।

ପ୍ରକାଶ ଥାଉକି ରାଜ୍ୟର ୧୧୪ ଗୋଟି ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୀର୍ଘ ୨୭ ବର୍ଷ ଧରି ଅସ୍ଥାୟୀ ଭାବେ କାର୍ଯ୍ୟକରି ଆସୁଥିବା ପୌର କର୍ମଚାରୀଙ୍କ ମଧ୍ୟରୁ ଇତି ମଧ୍ୟରେ ଅନେକ ଅବସର ଗ୍ରହଣ କରିସାରିଥିବା ବେଳେ ଏବେ ପ୍ରତ୍ୟେକ ମାସ ଅବସର ଗ୍ରହଣ ପ୍ରକ୍ରିୟା ଚାଲିଥିବାବେଳେ ସେମାନଙ୍କୁ ଅଦ୍ୟାବଧି ସ୍ଥାୟୀ ନିଯୁକ୍ତି ଦିଆଯାଇ ପାରିନାହିଁ । ଏଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ଵ ଦେଇ ଅସ୍ଥାୟୀ କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ତ୍ବରାନ୍ବିତ କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ଖୁବଶୀଘ୍ର ମହାସଂଘର ସଭାପତି ଶ୍ରୀ ପ୍ରଭାତ ତ୍ରିପାଠୀଙ୍କ ସହ ଆଲୋଚନା କରି ଏ ସଂମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଚୁଡାନ୍ତ ନିଷ୍ପତି ନିଆଯିବ ବୋଲିି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ଏହି ସାକ୍ଷାତ ଆଲୋଚନା ବେଳେ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଆଶିଷ କୁମାର ସାହୁ, ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାମଲ, ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ, ଉପସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର, ଶ୍ରୀ ଭଗବାନ ଚୌଧୁରୀଙ୍କ ସମେତ ସର୍ବଶ୍ରୀ ଧିରେନ୍ଦ୍ର କୁମାର ଦାସ, ଗଙ୍ଗାଧର ମଣ୍ଡଳ, ରାମଚନ୍ଦ୍ର ସାହୁ,ନିମେଇ ଚରଣ ମହାନ୍ତି, ପ୍ରେମାନନ୍ଦ ମୁଖା, ସୁଜିତ୍ କୁମାର ଦାସ, ପିତାମ୍ବର ନାୟକ, ରାମଚନ୍ଦ୍ର ମଙ୍ଗୁଆଳ, ଲକ୍ଷ୍ମୀ ନାରାୟଣ ବିଶୋଇ, ପ୍ରଦୀପ କୁମାର ସାହୁ,ସଂଜୟ କୁମାର ନାୟକ, ଜଗନ୍ନାଥ ପଣ୍ଡା, ଅକ୍ଷୟ କୁମାର ଦାସ ଓ ବିଦ୍ୟାଧର ରଣା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Exit mobile version