ଇସ୍ପାତ ନାମକ ଘରୋଇ ବସରୁ ୭୨ କେଜି ଗଂଜେଇ ଜବତ, କଣ୍ଡକ୍ଟର ସମେତ ୫ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର ) ପାରଳାଖେମୁଣ୍ଡି :-  ପାରଳାଖେମୁଣ୍ଡି ବସରେ ଚାଲାଣ ବେଳେ ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପୋଲିସ ଆର.ଉଦୟଗିରିରେ ପେଟ୍ରୋଲିଂ ବେଳେ ଏକ ଯାତ୍ରୀବାହି ବସରୁ ୭୨ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ଚାଲାଣରେ ସମ୍ପୃକ୍ତ ବସ କଣ୍ଡକ୍ଟର ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଚାଲାଣକାରୀ ଅଛନ୍ତି ।

ସୂଚନାନୁଯାୟୀ, ସମ୍ପୃକ୍ତ ଅଭିଯୁକ୍ତ ମାନେ ଖଜୁରିପଦା ବଡପଡା ଅଞ୍ଚଳରୁ ଇସ୍ପାତ ନାମକ ଏକ ଘରୋଇ ବସରେ ୫ ଗୋଟି ବ୍ୟାଗରେ ଗଞ୍ଜେଇ ନେଇ ଭୁବନେଶ୍ୱର ଅଭିମୁଖେ ଚାଲାଣ କରୁଥିବା ବେଳେ ପୋଲିସ ବସକୁ ଯାଞ୍ଚ କରି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଅଭିଯୁକ୍ତ ମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆର.ଉଦୟଗିରି ଥାନା ସୂତ୍ରରୁ ସୂଚନା ମିଳିଛି ।  (ରିପୋର୍ଟ  – ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version