ନୂଆଦିଲ୍ଲୀ (ଓଡିଶା ତାଜା ନିଉଜ ) ଭୁବନେଶ୍ୱର, ନୂଆଦିଲ୍ଲୀ 28/01/20 :- ନୂଆଦିଲ୍ଲୀର ରାଜପଥଠାରେ ଆୟୋଜିତ ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ରେ ଓଡିଶା ପ୍ରଜ୍ଞାପନ ମେଢ ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛି । ଓଡିଶା ସରକାରଙ୍କ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ପ୍ରଜ୍ଞାପନ ମେଢକୁ ଡିଜାଇନ୍ କରିଥିବା ଖ୍ୟାତନାମା ଶିଳ୍ପୀ ଶ୍ରୀ ଗଜେନ୍ଦ୍ର ସାହୁ ମିଳିତ ଭାବେ ଆଜି ପୂର୍ବାହ୍ନରେ ନୂଆ ଦିଲ୍ଲୀଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀରେ ଅନୁୁଷ୍ଠିତ ହେଉଥିବା ‘ରୁକୁଣା ରଥ ଯାତ୍ରା’ ସହ ଲିଙ୍ଗରାଜ ମନ୍ଦିର ଓ ମନ୍ଦିରମାଳିନୀ ଓଡିଶାର ସାଂସ୍କୃତିକ ପରମ୍ପରାର ଝଲକ ଏହି ପ୍ରଜ୍ଞାପନ ମେଢରେ ପ୍ରଦର୍ଶିତ ହୋଇଥିଲା । ଓଡିଶାର କଳା, ସ୍ଥାପତ୍ୟ, ଐତିହ୍ୟ , ସଂସ୍କୃତି, ପରଂପରା ଓ ନୃତ୍ୟ ଉପରେ ପର୍ଯ୍ୟବସିତ ଥିଲା ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ । ଓଂ ନମଃ ଶିବାୟ ଧ୍ୱନି ସହ ମନ୍ଦିରର ନିଖୁଣ କାରୁକାର୍ଯ୍ୟ, ମନ୍ଦିର ମଧ୍ୟରେ ଥିବା ନନ୍ଦୀ, ଚମତ୍କାର ଓଡିଶୀ ନୃତ୍ୟ ଆଦି ଉକ୍ତ ପ୍ରଜ୍ଞାପନ ମେଢରେ ଶୋଭା ପାଇଥିଲା । ଏହି ପୁରସ୍କାର ପାଇବା ରାଜ୍ୟବାସୀଙ୍କୁ ଅତ୍ୟନ୍ତ ଗୌରବାନ୍ୱିତ କରିଛି । ଏକାଦଶ ଶତାବ୍ଦୀର ଅନନ୍ୟ କୀର୍ତି ଏକାମ୍ର କ୍ଷେତ୍ରର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ତଥା ଏହାର ପାରିପାଶ୍ୱିର୍କ ବିକାଶ ନିିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଉପରେ ପର୍ଯ୍ୟବସିତ ଓଡିଶା ପ୍ରଦର୍ଶିତ ଏହି ପ୍ରଜ୍ଞାପନ ମେଢ ପୁରସ୍କୃତ ହେବା ନିଶ୍ଚିତ ଭାବେ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ।
ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ରେ ଓଡିଶା ପ୍ରଜ୍ଞାପନ ମେଢ ୨ୟ

Related Content
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା
by
Proprietor Abhimanyu Maharana
September 9, 2026
TPNODL launches ‘Solar Rath’ campaign in Baleshwar to accelerate rooftop solar adoption
by
Proprietor Abhimanyu Maharana
September 9, 2026
TPWODL Joins 3rd National Lok Adalat to Facilitate Resolution of Electricity Theft Cases
by
Proprietor Abhimanyu Maharana
September 9, 2026
ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍
by
Proprietor Abhimanyu Maharana
September 9, 2026
ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା
by
Proprietor Abhimanyu Maharana
September 9, 2026
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା
by
Proprietor Abhimanyu Maharana
September 9, 2026