Home ଓଡ଼ିଶା ଦିଲ୍ଳୀର କୃଷକ ଆନ୍ଦୋଳନର ସୋରଡାରେ କୃଷକଙ୍କ ଶୋଭାଯାତ୍ରା ଓ ବିକ୍ଷୋଭ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ସୋରଡା :- ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ କମିଟି ଆହ୍ୱାନରେ କୃଷି ଓ କୃଷକ ବିରୋଧି ତିନି କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ରଦ୍ଦ କରିବା ଦାବିରେ ଗତ ୫୬ ଦିନ ଧରି ଦିଲ୍ଳୀରେ କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ଅବ୍ୟାହତ ରହିଛି । ଆଜି ଏହି ଆନ୍ଦୋଳନର ସମର୍ଥନରେ ସୋରଡା ବ୍ଳକ୍ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏଆଇକେଏମଏସ୍ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ କୃଷକ ମାନଙ୍କ ଏକ ବିଶାଳ ପଟୁଆର ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି ବ୍ଳକ୍ ଅଫିସରେ ପହଞ୍ଚି ଥିଲା । ଏଆଇକେଏମଏସ୍ ବ୍ଳକ୍ ସଭାପତି ରଘୁନାଥ ନାୟକ, ସଂଗ୍ରାମ ନାୟକ, ସମ୍ପାଦକ କାଳୀଚରଣ ନାୟକ, ଉପସଭାପତି ସର୍ବିନ ଗମାଙ୍ଗଙ୍କ ନେତୄତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଂଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଦିଲ୍ଳୀର ଐତିହାସିକ କୃଷକ ଆନ୍ଦୋଳନରେ ଏଯାଏଁ ପ୍ରାୟ ୧୩୦ରୁ ଉର୍ଦ୍ଧ ଚାଷୀ ମୃତ୍ୟୁବରଣ କରି ଶହୀଦ ହୋଇଥିଲେ ବି କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ନେତୄତ୍ଵାଧିନ ବିଜେପି ସରକାର ବଡ କର୍ପୋରେଟଙ୍କ ସ୍ଵାର୍ଥରେ ଦେଶର କୋଟି କୋଟି ଅର୍ଣ୍ଣଦାତାଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରିବା ନିନ୍ଦନୀୟ ବୋଲି କହିଥିଲେ । ଏହି ତିନି ଆଇନ କାର୍ଯ୍ୟକାରୀ ହେଲେ ଦେଶର କୃଷକଙ୍କ ହାତରୁ ଜମି ଓ ଚାଷ କମ୍ପାନୀଙ୍କ ହାତକୁ ଚାଲିଯିବ ବୋଲି କହିଥିଲେ । ଏହି ଅବସରରେ ସମସ୍ତ ବକ୍ତା ତୁରନ୍ତ କୃଷକ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ତିନି କଳା କଳା କୃଷି ଆଇନର ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଆଦିବାସୀ ନେତା ବଡାସା ମଳିକ, ସମୀର ମଳିକ, ଦୟାନିଧି ଗୌଡ, ଯୁବ ନେତା ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ମୋଦି ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ପରାସ୍ତ କରି ଦେଶର କୃଷି ଓ କୃଷକଙ୍କୁ ବଂଚାଇବାକୁ ଡାକରା ଦେଇଥିଲେ । ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ ) Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026 ରେଳମଦଦ୍ ମାଧ୍ୟମରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଉଦ୍ଧାର by Proprietor Abhimanyu Maharana September 11, 2026 ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା, ସାଗର ର ଆହ୍ଵାନ ପ୍ରଥମ ଚିଲିକା ବ୍ଲକ by Proprietor Abhimanyu Maharana September 11, 2026 ଗଜପତି ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ।ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ by Proprietor Abhimanyu Maharana September 11, 2026 ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା କିଲୋଗ୍ରାମ ଗଞ୍ଜେଇ ଜବତ by Proprietor Abhimanyu Maharana September 11, 2026