ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଙ୍କ ସମୀକ୍ଷା ବୈଠକ ।

ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର )ବରଗଡ଼ :- ବରଗଡ଼ ଜିଲ୍ଲା ରେ ଉଦ୍ୟୋଗ ସୃଷ୍ଟି କରିବା ସହ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ରେ ପ୍ରକାଶ କରିଛନ୍ତି। ଶ୍ରୀ ତ୍ରିପାଠୀ ଆଜି ବରଗଡ଼ ଜିଲ୍ଲା ଗସ୍ତ କରିବା ସହ ସ୍ଥାନୀୟ ସାର୍କିଟ ହାଉସ ରେ ଜିଲ୍ଲା ର ଉନ୍ନୟନ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଥିଲେ। ବରଗଡ଼ ଜିଲ୍ଳାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଉନ୍ନୟନମୂଳକ

କାର୍ଯ୍ୟ ସଂପର୍କରେ ଅବଗତ କରାଇବା ସହ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି କୁ ଦୃଷ୍ଟିରେ ରଖି କେଉଁ କେଉଁ କ୍ଷେତ୍ରରେ କୃଷି ଉତ୍ପାଦନ, ପ୍ରକ୍ରିୟା କରଣ ଶିଳ୍ପୀର ସମ୍ଭାବନା ରହିଛି ସେ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ରେ ମୁଖ୍ୟ ତ ମତ୍ସ୍ୟ ଚାଷ , ପନିପରିବା, ମିଠା ମକ୍କା,ଛତୁ ଚାଷ ଇତ୍ୟାଦି ରେ ଯୁବ ଉଦ୍ୟୋଗୀ ସୃଷ୍ଟି ତଥା ନୂତନ କର୍ମ ନିଯୁକ୍ତି ର ସମ୍ଭାବନା ରହିଛି ବୋଲି କହିଥିଲେ। ରବି ଋତୁରେ ଧାନ ଚାଷ ବଦଳରେ ଅର୍ଥକାରୀ

ଫସଲ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର ଅଣ ଜଳ ସେଚିତ ଅଞ୍ଚଳରେ ପ୍ରାୟତଃ ୫୦ ଭାଗ ଗଭୀର ନଳକୂପ ଖନନ କରିଛନ୍ତି ହେଲେ ସେଥିରେ ଧାନ ଫସଲ ନକରି ପନିପରିବା ଚାଷ କରିବାକୁ କହିଥିଲେ। ତେବେ ପନିପରିବା ର ସଂରକ୍ଷଣ ଓ ବଜ୍ର ସୁବିଧା ନଥିବାରୁ ଅନେକ ଚାଷୀ ଏହା ଚାଷ କରିବାକୁ ମନ ବଳାଇ ନାହାନ୍ତି। ଏଥିପାଇଁ ପଶ୍ଚିମ ଓଡ଼ିଶା ବିକାଶ

ପରିଷଦ ପ୍ରୟାସ ଆରମ୍ଭ କରିବ। ଏଥିପାଇଁ ସେ ବିଭିଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ କରିଥିବା କହିଥିଲେ। ସେହିପରି ଜିଲ୍ଲା ରେ ପ୍ରବାହିତ ନାଳ, ଝରଣାରେ ଛୋଟ ଛୋଟ ଚେକ୍ ଡ଼୍ୟାମ କରାଯାଇ ଉଦବୃତ୍ତ ଜଳର ସୁବିନିଯୋଗ କରିବାକୁ ଗୁରୁତ୍ୱାରୋପ କରିଥିଲେ। ବୈଠକ ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ସରୋଜ ପଟେଲ,ଏସପି ପଦ୍ମିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।    (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version