ବଞ୍ଚିଛି ମାନବିକତା

ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ଭୁବନେଶ୍ୱର :- ଦୃଷ୍ଟିହୀନ ପରିବାରକୁ ସହାୟତାର ହାତ ବଢାଇଲେ ଛାତ୍ର ବିଜେଡ଼ି। ବିମସି ୱାର୍ଡ ନମ୍ବର ୪ ନଖରା ସ୍ଥିତ ନୂଆସାହି ଅଞ୍ଚଳରେ ଏକ ଦୃଷ୍ଟିହୀନ ପରିବାରକୁ ସହାୟତାର ହାତ ବଢାଇଲା ବିଜୁ ଛାତ୍ର ଜନତା ଦଳ। ନଖରା ସ୍ଥିତ ନୂଆସାହି ଅଞ୍ଚଳର ବାସିନ୍ଦା ହେଲେ ଗଞ୍ଜାମ ଜିଲ୍ଲା ର ସୁରେନ୍ଦ୍ର ଦାସ ଓ ତାଙ୍କ ପରିବାର। ଛୋଟବେଳୁ ହିଁ ସେ ତାଙ୍କ ପରିବାରକୁ ଧରି ଏହି ନୂଆସାହି ଅଞ୍ଚଳରେ ରହି ଆସୁଛନ୍ତି, ପେଶା ରେ ଟଳି ଚାଲାକ୍ ଭାବେ ପରିଚିତ। ବିଗତ କିଛିବର୍ଷତଳେ ତାଙ୍କ ପରିବାର ଏକ ଅସହାୟତା ର ଛାୟା ରେ ଅସହାୟ ହୋଇପଡିଛି। ପ୍ରଥମେ ପତ୍ନୀଙ୍କୁ ହରାଇବା ଏବଂ ଏହା ପରେ ସମ୍ପୂର୍ଣ୍ଣ ପରିବାର ଦୃଷ୍ଟିହୀନ ହୋଇଯିବ ଏହି ଅସହାୟ ଚକ୍ର ର ଶିକାର ହୋଇଛି ସୁରେନ୍ଦ୍ର ଓ ତାଙ୍କ ପରିବାର। ବିଗତ କିଛି ଦିନ ତଳେ ଖବର କାଗଜ ରେ ତାଙ୍କ ପରିବାର ବିଷୟ ରେ ଏହି ବିଷୟ ଜାଣିଲା ପରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ପ୍ରଦୋଷ ପରିଡ଼ା ତାଙ୍କୁ ସହାୟତାର ହାତ ବଢାଇବ ପାଇଁ ଇଛା ପ୍ରକଟ କରିଥିଲେ।

ଆଜି ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସେହି ପରିବାରକୁ ସହାୟତା ର ହାତ ବଢ଼ାଇବା ସହ ଶ୍ରୀ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସୁରେନ୍ଦ୍ର ଙ୍କ ନଖରା ସ୍ଥିତ ଘରେ ପହଞ୍ଚି ତାଙ୍କ ପରିବାର ର ସ୍ଵାସ୍ଥ୍ୟ ଅବସ୍ଥା ବୁଝିବା ସମେତ ତାଙ୍କ ପରିବାର କୁ ସମସ୍ତ ନିତ୍ୟାବସ୍ୟକ ଜିନିଷ ଓ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସହ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଏହା ସହ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ତାଙ୍କ ପରିବାର ର ସମସ୍ତ ସୁବିଧା ଅସୁବଧା ବୁଝିବା ସହ ତାଙ୍କ ସମସ୍ତ ପ୍ରକାର ଚିକିତ୍ସା କୁ କିଭଳି ତ୍ଵରାନିତ କରିହେବ ସେଥିପାଇଁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଏହି ପରିପ୍ରେ୍ଷୀରେ ବିଜୁ ଛାତ୍ର ଜନତା ଦଳର ମାନବିକତା ଉଦାହରଣ ସୃଷ୍ଟି କରିଛି। ଆଗାମୀ ଦିନରେ ସମସ୍ତ ଛାତ୍ର ସମାଜ କିପରି ନିଜକୁ ଏହି ଭଳି ସମାଜ ସେବା କାର୍ଯ୍ୟରେ ଲିପ୍ତ ରଖିବା ସହ ଅସହାୟ ମାନଙ୍କୁ ସାହାଯ୍ୟ ସହଯୋଗ କରିବେ ସେହି ପ୍ରତି ଦୃଷ୍ଟି ଦେବ ବିଜୁ ଛାତ୍ର ଜନତା ଦଳ ବୋଲି ଶ୍ରୀ ପରିଡ଼ା କହିଛନ୍ତି। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ବର ଜିଲ୍ଲା ସମ୍ପାଦକ ସୁଶୀଲ ପ୍ରଧାନ, ଶାଶ୍ୱତ ଲେଙ୍କା, ବିପିୟୁଟି ଛାତ୍ର ସଂଘ ସଭାପତି ରାଜେଶ ପାଣି, ଛାତ୍ର ନେତା ସୁମନ ସାହୁ ପ୍ରମୁଖ ବିଜୁ ଛାତ୍ର ଜନତା ଦଳ କର୍ମୀ ଉପସ୍ଥିତ ଥିଲେ

Exit mobile version