ସୁନାମୁଖୀ ସାଗରର ସଫେଇ ଓ ପଙ୍କ ଉଦ୍ଧାର ଦାବି

ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଗ୍ରାମରେ ଅବସ୍ଥିତ ସୁନାମୁଖୀ ସାଗର। ପ୍ରାୟ ୭୫ ଏକର ବିଶିଷ୍ଟ ଏହି ସୁନାମୁଖୀ ସାଗର ଏବେ ଗାଁ ଲୋକ ଓ ଗାଈଗୋରୁଙ୍କ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ସାଗର ପାଣିରେ ଏକ ପ୍ରକାର ଗୁଳ୍ମ ଜାତୀୟ ଉଦ୍ଭିଦ ବଢ଼ିବାରେ ଲାଗିଛି। ଫଳରେ ସାଗରର ପାଣି ଦୂଷିତ ହୋଇ ଲୋକଙ୍କ ଗାଧୁଆ ଉପଯୋଗୀ ହେଉ ନାହିଁ ।

୧୯୮୫ ମସିହାରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନକୁ ଏହି ସାଗର ଯାଇଛି। ବିଭାଗ ତରଫରୁ ସାଗରର ଉନ୍ନତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ପଙ୍କ ଉଦ୍ଧାର କରାଯାଇ ନାହିଁ। ଏଣୁ ସୁନାମୁଖୀ ସାଗରର ପଙ୍କୋଦ୍ଧାର ଓ ଗୁଲ୍ମ ସଫେଇ କାର୍ଯ୍ୟ ପାଇଁ ଜନସାଧାରଣରେ ଦାବି ହେଉଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ, କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version