ପଦ୍ମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ରାଲି ସହର ପରିକ୍ରମା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ 

ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ପଦ୍ମପୁର : – ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ବର୍ଷରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଏହି ଖୁସି ଖବର ଶୁଣି ବିଜେଡି କର୍ମୀ ମହଳରେ ଖୁସିର ଲହରୀ ଖେଲି ଯାଇଛି । ବିଭିନ୍ନ ଅଞ୍ଚଳର ବିଜେଡି କର୍ମୀମାନେ ଆନନ୍ଦ ଉଲ୍ଲାସ ସହ ଏହି ଖୁସିକୁ ପାଳନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପଦ୍ମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ରାଲି ସହର ପରିକ୍ରମା କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ।

ଏହି ରାଲିରେ ବିଜୁ ଯୁବ ଜନତା ଦଳର ଉପ ସଭାପତି ନବକିଶୋର ବରିହା,ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଭରତ ପଣ୍ଡା,ଅଚ୍ୟୁତାନନ୍ଦ ସେଠ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପ ସଭାପତି ନୀଲାମ୍ବର ଦୀପ, ପଦ୍ମପୁର ବ୍ଳକ ଯୁବ ସଭାପତି ମନୋରଞ୍ଜନ ପୁରୋହିତ,ପଦ୍ମପୁର ଏନଏସି ଯୁବ ସଭାପତି ସୌମ୍ୟରଞ୍ଜନ ହୋତା,ସରଜୁ ପଟ୍ଟନାୟକ, ରୋହିତ ସେଠ,ଲୋକନାଥ ମେହେର, ରାଜେଶ ଲୁହାର,ସୁମିତ ଘିବେଲା,ଚନ୍ଦନ ଚାନ୍ଦ, ସଂଗ୍ରାମ ସାହୁ ଏବଂ ସମସ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ଉପସ୍ଥିତ ଥିଲେ ।  (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version