ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ଢେଙ୍କାନାଳ :- ପୌରାଣିକ କଥା ଅନୁଯାୟୀ ରାମାୟଣରେ ମାତା ସୀତା ଯେଭଳି ଭିକ୍ଷାର୍ଥୀକୁ ଭିକ୍ଷା ଦେବାକୁ ଯାଇ ଦିଅର ତଥା ପ୍ରଭୁ ଶ୍ରୀ ଲକ୍ଷ୍ମଣଙ୍କ ସୁରକ୍ଷା କବଚ “ଲକ୍ଷ୍ମଣରେଖା ” ଡେଇଁ ରାବଣର ମାୟା ଜାଲରେ ଛନ୍ଦି ହୋଇ ପଡିଥିଲେ, ସେହିଭଳି ଭାବରେ ଆଜି ଜିଲ୍ଲା ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ସହରର ରାଧାକୃଷ୍ଣ ବଜାର ଅଞ୍ଚଳରେ ଥିବା ଭଡ଼ାଘର ନିକଟରେ ଅଭିଯୋଗକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଇ ତଥା ମୋ ସରକାରଙ୍କ ଲକ୍ଷ୍ମଣରେଖା ଡେଇଁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଡିଏସପି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇଙ୍କ ହାତରୁ ଦିଆଯାଇଥିବା ରଙ୍ଗ ମିଶ୍ରିତ ଟଙ୍କା ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି ।
