Home ଓଡ଼ିଶା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂପାଦକ ହେଲେ ଯୁବ ନେତା ପ୍ରିତେଶ କୁମାର ବହିଦାର ପଦ୍ମପୁରରେ ବିଜେପି ତରଫରୁ ସ୍ବାଗତ ସମ୍ବର୍ଦ୍ଧନା by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର )ପଦ୍ମପୁର :-ପଦ୍ମପୁର ନିର୍ବାଚନ ମଣ୍ତଳୀ ଭାରତୀୟ ଜନତା ପାର୍ଟିର ଯୁବନେତା ଭାବେ ବେଶ ଚଚ୍ଚିର୍ତ ପ୍ରିତେଶ କୁମାର ବହିଦାର ବରଗଡ ଜିଲ୍ଲା ସଭାପତି ଭାବେ ଅନେକ ଉନ୍ନତି ମୁଳକ କାର୍ଯ୍ୟ କରିଥିବା ବେଳେ ଗତକାଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାଶିସ ଆଚାର୍ଯ୍ୟ ପ୍ରେସମିଟ କରି ରାଜ୍ୟର ଯୁବମୋର୍ଚ୍ଚାର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ । ରାଜ ବୋଡାସମ୍ବର ଅଂଚଳର ଉଜ୍ଜଳ ତାରକା ଭାବେ ଚଚ୍ଚିର୍ତ ଥିବା ଯୁବନେତା ଶ୍ରୀ ପ୍ରିତେଶ କୁମାର ବହିଦାରଙ୍କ ନାମ ଘୋଷଣା ହେବା ପରେ ପଦ୍ମପୁର ଅଂଚଳରେ ଏକ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା । ଶ୍ରୀ ବହିଦାର ଆଜି ସକାଳୁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୂଙ୍କ ଆଶିର୍ବାଦ ନେବାପରେ ପାଇକମାଲ ଠାରେ ଯୁବମୋର୍ଚ୍ଚା ପାଇକମାଲ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ପରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନିଜ ବାସଭବନରେ ଶ୍ରୀ ବହିଦାରଙ୍କୁ ବିଜେପି ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ସନ୍ଧ୍ୟା ସମୟରେ ପଦ୍ମପୁର ବିଜେପି ତରଫରୁ ଭେଉଁରିଆ ଛକ ଠାରେ ଶ୍ରୀ ବହିଦରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପରିବର୍ତ୍ତି ପର୍ଯ୍ୟାୟରେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ପରିସରରେ ସେ ନିଜ ଅଭିଭାଷଣ ରଖି ଆାଗାମୀ ଦିନରେ ନିଜ ମାଁ ମାଟିର ଉନ୍ନତି କରିବା ସହ ରାଜ୍ୟ ନେତୃତ୍ବ ମଣ୍ତଳୀରେ ମିଳିଥିବା ସଂପାଦକ ପଦବୀର ଉଚିତ ବିନିଯୋଗ କରି ଲୋକଙ୍କ ସେବା କରିବା ସଙ୍ଗେ ସଙ୍ଗେ ଆଗାମୀ ଭବିଶ୍ୟତରେ ଭାରତୀୟ ଯୁବାମୋର୍ଚ୍ଚା କୁ ଆହୁରି ସୁଦୃଢ କରିବେ ବୋଲି ଜଣାଇ ଥିଲେ। ସେ ଭାରତୀୟ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସହୃଦୟରୁ ଧନ୍ୟବାଦ ଦେବା ସହ ଜନସାଧାରଣ ମାନଙ୍କ ଠାରୁ ଆଶିର୍ବାଦ କାମନା କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ) Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ "ଜନନୀ ଡାଏଲଗ୍ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ "ଓଏସିସ ଏକାଡେମୀ’ ଘୋଷଣା by Proprietor Abhimanyu Maharana July 26, 2026 ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ by Proprietor Abhimanyu Maharana July 25, 2026 Navi Mumbai’s Kharghar Temple Hosts Bahuda Yatra by Proprietor Abhimanyu Maharana July 25, 2026 Raipur’s Jagannath Temple Hosts Bahuda Yatra by Proprietor Abhimanyu Maharana July 25, 2026 ରାୟପୁର ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ସମ୍ପନ୍ନ by Proprietor Abhimanyu Maharana July 25, 2026 New Delhi’s Hauz Khas Jagannath Temple hosts Bahuda Yatra by Proprietor Abhimanyu Maharana July 25, 2026