ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଅନାଥ, ଦିବ୍ୟାଙ୍ଗ ଓ କୁଷ୍ଠ ଆଶ୍ରମରେ ସହାୟତା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ଭୁବନେଶ୍ୱର :-  କରୋନା ପ୍ରକୋପରେ ଏକ ଅଜଣା ଆଶଙ୍କାରେ ଜୀବନ ଅତିବାହିତ କରୁଥିବା ଅନାଥ, ଦିବ୍ୟାଙ୍ଗ ଓ ପରିବାରକୁ ଛାଡି ବିଭିନ୍ନ ଆଶ୍ରମରେ କାଳାତିପାତ କରୁଥିବା ଅସହାୟମାନଙ୍କୁ ସହାୟତାର ହାତ ବଢେଇଛି ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ । କାର୍ଯ୍ୟକ୍ରମର ଉଦ୍ୟେକ୍ତା ସୁଦୂର ହାଇଦ୍ରାବାଦରେ ଏକ ବହୁ ଦେଶୀୟ କମ୍ପାନୀରେ କାର୍ଯ୍ୟରତ ଓଡିଆ ପୁଅ ଶ୍ରୀ ରଣଜିତ୍ ପଣ୍ଡା ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରୀୟଦର୍ଶିନୀ ପଣ୍ଡାଙ୍କ ବଦାନ୍ୟତା ଆୟୋଜିତ ଏହି ସାମାଜସେବା କାର୍ଯ୍ୟକ୍ରମକୁ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ), ସଭ୍ୟ ବଟକୃଷ୍ଣ ପଣ୍ଡା,

ଗଦାଧର ରଥ, ପ୍ରକାଶ ଚନ୍ଦ୍ର ସାହୁ, ଅର୍ଜୁନ ଦେହୁରୀ, ନିହାରିକା ଗନ୍ତାୟତଙ୍କୁ ନେଇ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଳିପଡା ସଲଗ୍ନ ନରଣଗଡ ଠାରେ ମା ଭୈରବୀ କ୍ଲବ୍ ର ଆନୁକୁଲ୍ୟରେ ସ୍ଥାପିତ ସ୍ୱତନ୍ତ୍ର ବହୁମୁଖୀ ଦିବ୍ୟାଙ୍ଗ ବିଦ୍ୟାଳୟ ଠାରେ ରହୁଥିବା ଦୃଷ୍ଟି ଓ ଶୃତି ବାଧିତ, ମାନସିକ ତଥା ଶାରିରୀକ ଅନଗ୍ରସର ଛୋଟ ଛୋଟ ପିଲାମାନଙ୍କୁ ଖାଦ୍ୟ ପଦାର୍ଥ, ଚକୋଲେଟ୍ ଇତ୍ୟାଦି ଏବଂ ବିବେକାନନ୍ଦ କୁଷ୍ଠାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ବେଡ୍‌ସିଟ୍‌, ଟାୱେଲ୍‌, ଖାଦ୍ୟପଦାର୍ଥ ତଥା ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନ୍ତେବାସୀମାନେ ସେମାନଙ୍କର ଅର୍ନ୍ତନିହିତ ପ୍ରତିଭା ପରିବେଷଣ କରିବା ସହ ଉପସ୍ଥିତ ସଭ୍ୟବୃନ୍ଦ ତାଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ ।

??????

ଏହାପରେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହ ସଂଘର ଏକ ବୈଠକରେ ପରବର୍ତ୍ତି କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରାରମ୍ଭିକ ସହାୟତା ଭିତ୍ତିରେ ପିଲାମାନଙ୍କ ପାଇଁ ଏକ ପ୍ରକାରର ଡ୍ରେସ୍ ତଥା କୁଷ୍ଠ ଆଶ୍ରମର ପୁରୁଷମାନଙ୍କ ପାଇଁ ଲୁଗା ଓ ମହିଳାମାନଙ୍କୁ ଶାଢୀ ପ୍ରଦାନ କରାଯିବା ପାଇଁ ପ୍ରତିଶୃତି ଦିଆଯାଇଥିଲା । ଏହି ମହତ କାର୍ଯ୍ୟପାଇଁ ଉକ୍ତ ଅନୁଷ୍ଠାନର ସଭାପତି ଶ୍ରୀ ଲଡୁ କିଶୋର ରଣସିଂହ ଓ ସଂପାଦକ ଶ୍ରୀ ବୈକୁଣ୍ଠ ନାଥ ମାର୍ଥାଙ୍କୁ ସଂଘ ତରଫରୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ତଥା ସଂଘର ସ୍ମରଣିକା ଇତ୍ୟାଦି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶେଷରେ ସଂଘ ତରଫରୁ ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ ଓ ସଂଯୋଜନା କରିଥିବା ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହାଞ୍ଜଳୀ ଛୁଆଳସିଂହ, ପ୍ରକଳ୍ପ ନିର୍ଦ୍ଦେଶକ ନିତ୍ୟାନନ୍ଦ ବଡଜେନା, ଶିକ୍ଷକ ହେମନ୍ତ କୁମାର ସାହୁ, ବସନ୍ତ କୁମାର ବ୍ରହ୍ମା, ଦିବକାର ବାହୁବଳେନ୍ଦ୍ର, କୃଷ୍ଣଚନ୍ଦ୍ର ଛୋଟରାୟ, ଆଶାକର୍ମୀ ବବିତା ବେହେରା ଓ ସ୍ଥାନୀୟ ଗୋଷ୍ଠିଭିତ୍ତିକ ପୁନଃ ଥଇଥାନ କେନ୍ଦ୍ରର ସଭ୍ୟ ପ୍ରମୁଖଙ୍କୁ ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାମାଜିକ, ସାଂସ୍କୃତିକ ତଥା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଥିବା ସଂଘର ଏହି ଆଭିମୁଖ୍ୟକୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହି ଅବରସରେ ସଂଘର ପ୍ରତିନିଧି ଦଳ ସ୍ଥାନୀୟ ମା ଦକ୍ଷିଣକାଳୀ, ଶ୍ରୀ ହନୁମାନ ଓ ମା ଉଗ୍ରତାରାଙ୍କ ପୀଠରେ ପହଞ୍ଚି ଆଶୀର୍ବାଦ ମଧ୍ୟ ଭିକ୍ଷା କରିଥିଲେ ।

??????
Exit mobile version