୧୫ ତମ ଶେଖ ହାଇଦର ମେମୋରିଆଲ ବେଡମିଣ୍ଟବନ ଟୁର୍ଣ୍ରାମେଣ୍ଟ ଉଦଯାପିତ : ଆଗଲପୁରକୁ ହରାଇ ପଦ୍ମପୁରର ବାଜିମାତ

ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ପଦ୍ମପୁର :- ପଦ୍ମପୁର ସହରରେ ୨ଦିନ ଧରି ୧୫ତମ ଶେଖ ହାଇଦର ମେମୋରିଆଲ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଉନ କ୍ଲବ ପଦ୍ମପୁର ତରଫରୁ ଆୟୋଜିତ ହୋଇଥିଲା । ସହରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୫୦ଟି ଦଳକୁ ନେଇ ଖୁବ ରୋମାଚଂକ ଭାବେ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟେଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଶେଖ ଦିନରେ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦିପ୍ତିମୟୀ ଭୂଏ, ଉପଖଣ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଟାଉନ୍ କ୍ଲବ ର ସଭାପତି ଶ୍ରୀ ଶିରିଷ କୁମାର ବହିଦାର, କୋଷାଧ୍ୟକ୍ଷ ଗୋବିନ୍ଦ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ସୁରୁଖୁରୁରେ ଚଳାଇବା ପାଇଁ ରେଫରି ଭାବେ କିଶୋର ପାତ୍ର,

ରିତେଶ ସାହୁ ଓ ବାଲଗୋପାଳ ପାଣିଗ୍ରାହୀ ଦାଇତ୍ବରେ ତୁଳାଇ ଥିବା ବେଳେ ଟାଉନ କ୍ଲବ, ପଦ୍ମପୁର ଓ ବେଡମିଣ୍ଟନ ଏସୋସିଏସନ ର ସଦସ୍ୟ ଗଣ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ସଠିକ ଭାବେ ସମ୍ପର୍ଣ୍ଣ କରାଇ ଥିଲେ। ଫାଇନାଲ ମ୍ୟାଚ ପଦ୍ମପୁର ହରିଶଙ୍କର ସିଂ ପାଟନର ଫିରୋଜ ଖାଁ ଓ ଆଗଲପୁର ର ଶୋମ୍ୟ ପାଟନର ସୁଦିପ୍ତଙ୍କ ମଧ୍ୟରେ ରୋମାଂଚକ ମ୍ୟାଚ ଦେଥିବାକୁ ମିଳିଥିଲା ଏବଂ ପଦ୍ମପୁର ଆଗଲପୁର କୁ ହରାଇ ଫାଇନାଲ ଟ୍ରଫି ବାଜିମାତ କରି ନେଇଥିଲା । 

ପରିଶେଷରେ ଟାଉନ କ୍ଲବର ସଂପାଦକ ଶ୍ରୀ ପ୍ରତାପ କୁମାର ମିଶ୍ର, ସ୍ବର୍ଗତ ଶେଖ ହାଇଦରଙ୍କ ପୁତ୍ର ଶ୍ରୀ ଶେଖ ୱସିମ ରାଜା, ଶ୍ରୀ ସେଖ ଗୁଲାମ ଆକବର , ଶ୍ରୀ ପ୍ରିତେଶ କୁମାର ବହିଦାର, ଶ୍ରୀ ଜୟ ପ୍ରକାଶ ଅଗ୍ରୱାଲ, ଶ୍ରୀ ମହମ୍ମଦ ଆଫତାଫ, ଶ୍ରୀ ମିଲୁ ସାହୁ ପ୍ରମୁଖ ଉପସ୍ଥିତିରେ ପୁରସ୍କାର ବିତରଣୀ ଉତ୍ସବ ସମ୍ପର୍ଣ୍ଣ ହୋଇଥିଲା। ପରିଶେଷରେ ଜି.ଶ୍ରୀନିବାସ ଧନ୍ୟବାଦ ବକ୍ତବ୍ୟ ପ୍ରଦାନ କରି ଟୁର୍ଣ୍ଣାମେଣ୍ଟ ଉଦଯାପିତ କରାଯାଇଥିଲା ।(ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version