ଐରା ଏନଜିଓ ସଂସ୍ଥା ବୋରାପଦା ଠାରେ କିନ୍ନରମାନଙ୍କୁ ନେଇ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ଢେଙ୍କାନାଳ :-  ଆଜି ଜିଲ୍ଲାଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ଐରା (ଏନ୍ ଜି ଓ), ବୋରାପଦା ଠାରେ କିନ୍ନର ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ ଜଣ କିନ୍ନର ଯୋଗଦାନ କରିଥିଲେ । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁକାନ୍ତ କିଶୋର ଜେନା ଅଧ୍ୟକ୍ଷତା କରି କିନ୍ନରଙ୍କ ମୌଳିକ ଅଧିକାର, ସାମ୍ବିଧାନିକ ଅଧିକାର, କର୍ତ୍ତବ୍ୟ ଏବଂ ବିଭିନ୍ନ ଆଇନ୍ ବିଷୟରେ ଆଲୋକପାତ କରିଥିଲେ ।

ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଗୋପଲକ୍ଷ୍ମୀ ହୋତା କିନ୍ନର ମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ କିଭଳି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଢେଙ୍କାନାଳ ପୌରସଂସ୍ଥାର ଚିକୁମିନୁ ପଟ୍ଟନାୟକ ଉପସ୍ଥିତ ରହି କିନ୍ନର ମାନଙ୍କ ପାଇଁ ଥିବା ସରକାରୀ ଜନ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଐରା ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଗୋଲକ ବିହାରୀ ପାଣିଗ୍ରାହୀ କିନ୍ନରମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ।ଉକ୍ତ ଏନଜିଓ ସଂସ୍ଥାର ବିଭୁତି ଭୁଷଣ ପୃଷ୍ଟି, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଅନ୍ତର୍ଯ୍ୟାମୀ ମିଶ୍ର, ବନମାଳୀ ବେହେରା, ଶିଶିର ଦଲାଲ ପ୍ରମୁଖ ଯୋଗଦାନ କରିଥିଲେ।(ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version