ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ହେଲେ – ଯୁବ ନେତା ପ୍ରିତେଶ ବହିଦାର

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ପଦ୍ମପୁର :- ଭାରତୀୟ ଜନତା ଦଳର ତୁଙ୍ଗନେତା ଶ୍ରୀ ଶିରିଷ ବହିଦାରଙ୍କ ସୁପୁତ୍ର ଶ୍ରୀ ପ୍ରିତେଶ ବହିଦାରଙ୍କୁ ରାଜ୍ୟ ବିଜେପି ଦଳ ର ସଭାପତି ଶ୍ରୀ ଇରାଷିସ ଆଚାର୍ଯ୍ୟ ଆଜି ବିଧିବଦ୍ଧ ଭାବେ ଶ୍ରୀ ବହିଦାର ଙ୍କୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଭାବେ ଦାୟିତ୍ୱ ଦେଇଛନ୍ତି ବୋଲି ବିଶ୍ୱସ୍ତସୂତ୍ର ରୁ ଜଣାପଡିଛି l

ଶ୍ରୀ ବହିଦାର ତୃଣ ମୂଳ ସ୍ତର ରୁ ଆରମ୍ଭ କରି ଲୋକ ଙ୍କ ବିଭିନ୍ନ ସମସ୍ୟା ସହ ଦୁଃଖ ସୁଖ ର ସାଥି ଭାବେ ବରଗଡ ଜିଲ୍ଲାରେ ବେଶ ପରିଚିତ l ଖବର ପାଇଁ ଭାରତୀୟ ଜନତା ଦଳ କାର୍ଯ୍ୟାଳୟ ପଦ୍ମପୁର ରେ ବେଶ ଗହଳି ହେବାସହ ଖୁସିର ଲହରୀ ଖେଳି ଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version