ଉଠା ଦୋକାନୀ ଙ୍କ ଥଇଥାନ ଦାବି ରେ ବିଜେପୁର ଏନଏସି ସାମ୍ନା ରେ ଧାରଣା

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ବିଜେପୁର :- ବିଜେପୁର ସହର ଏବେ ନୂଆ ବିଜ୍ଞାପିତ ଅଂଚଳ ଭାବେ ପରିଚୟ ପାଇଛି ସତ କିନ୍ତୁ ଏଠାରେ ଅନେକ ମୌଳିକ ସମସ୍ୟା ଏବେ ବି ସମାଧାନ ହେଉ ନାହିଁ । ଏମିତି ଏକ ପ୍ରସଙ୍ଗରେ ଏନଏସି ଅଧୀନରେ ଥିବା ଉଠା ଦୋକାନୀ ତଥା ହଟଲି ର ପନି ପରିବା ବିକାଳି ଏବେ ରୋଜଗାର ହରାଇଥିବା ଅଭିଯୋଗ ହୋଇଛି । ଲାକ ଡାଉନ ସମୟରେ ଦୋକାନୀ ମାନଙ୍କୁ ସ୍କୁଲ ପଡିଆ କୁ ସ୍ଥାନାନ୍ତରିତ କରି ଦେଇ ପ୍ରଶାସନ ଏବେ କୌଣସି ସୁବିଧା କରୁନଥିବା ଯଥା ପାନୀୟ ଜଳ, ଶୌଚାଳୟ ଭଳି ବ୍ୟବସ୍ଥା ଅଭିଯୋଗ ହୋଇଛି ।

ଅନ୍ୟ ପଟେ ଏନଏସି କର୍ତ୍ତୃପକ୍ଷ ପ୍ରତେକ ଦିନ ଫି ଆଦାୟ କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେହିପରି କୋଭିଡ ସମୟରେ ତିନି ହଜାର ଟଙ୍କା ସହାୟତା ଓ ସ୍ବନିଧି ଯୋଜନା ରେ ଦୋକାନୀ ମାନଙ୍କୁ ଦଶହଜାର ଟଙ୍କାର ଋଣ ମିଳୁନଥିବା ଅଭିଯୋଗ ହୋଇଛି । ଏହି ସବୁ ଦାବି କୁ ନେଇ ବିଜେପୁର ହଟଲି ର ଦୋକାନୀ ଓ ବରଗଡ ଜିଲ୍ଲା ଉଠା ଦୋକାନୀ ସଂଘ ତରଫରୁ ରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଫିସ ଆଗରେ ଧାରଣା ଦେବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ଅମିତାଭ ପାତ୍ର ଉଠା ଦୋକାନୀ ଆଇନ ବିଷୟରେ ଆଲୋଚନା କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version