କୋଭିଡ-19 ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ୍ ଖୋର୍ଦ୍ଧା ରୋଡ଼ ଡିଭିଜନାଲ ରେଲୱେ ହସ୍ପିଟାଲରେ ; ଆଜିଠାରୁ ଆରମ୍ଭ

1.  ଆଜି ୪୦ ଜଣ ସ୍ୱାସ୍ଥ୍ୟ କର୍ମୀ ଯଥା ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟମାନଙ୍କୁ କୋଭିସିଲ୍ଡ (COVISHIELD) ଟିକା ଦିଆଯାଇଥିଲା |

2.  କୋଭିସିଲ୍ଡ ର ପ୍ରଥମ ଡୋଜ୍ ଡି ଆର୍ ଏଚ୍ ର ୫୨ ବର୍ଷ ଵୟସ୍କ ହାଉସ୍ କିପିଙ୍ଗ୍ ସହକାରୀ ସହାୟକଙ୍କୁ ଦିଆଯାଇଥିଲା |

3.  ପଞ୍ଜୀକରଣ, ଟୀକାକରଣ ଏବଂ ପର୍ଯ୍ୟବେକ୍ଷଣ ପାଇଁ ତିନୋଟି ପୃଥକ କୋଠରୀ ର ବ୍ୟବସ୍ଥା କରାଯାଇଛି |

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ଖୋର୍ଦ୍ଧା ରୋଡ଼ :- କୋଭିଡ୍-19 ଟୀକାକରଣ କାର୍ଯ୍ୟକ୍ରମ ଖୋର୍ଦ୍ଧା ରୋଡ଼ ଡିଭିଜନାଲ ରେଳବାଇ ହସ୍ପିଟାଲରେ ଆରମ୍ଭ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତରଫରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ, ୧୩୦ ସ୍ୱାସ୍ଥ୍ୟ କର୍ମୀ, ଯଥା ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ଡିଭିଜନାଲ ରେଳ ହସ୍ପିଟାଲରେ କାର୍ଯ୍ୟ କରୁଥିବା ହାଉସ୍ କିପିଂ ଆସିଷ୍ଟାଣ୍ଟମାନେ କୋଭିଡ୍-19 ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଥିଲେ ।

ଆଜି ସବ୍-ଅର୍ଡିନେଟ୍ ବିଶ୍ରାମ ଗୃହରେ ଖୋର୍ଦ୍ଧା ରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହଙ୍କ ଦ୍ୱାରା କୋଭିଡ୍-19 ଟୀକାକରଣ କାର୍ଯ୍ୟକ୍ରମ ଉଦ୍ ଘାଟନ କରାଯାଇଥିଲା | ଟୀକାକରଣର ପ୍ରଥମ ଡୋଜ୍ ଖୋର୍ଦ୍ଧା ରୋଡ଼ ଡିଭିଜନାଲ ରେଲୱେ ହସ୍ପିଟାଲର ୫୨ ବର୍ଷିୟା ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟ ଶ୍ରୀମତୀ ବିଣା ଦେଈଙ୍କୁ ଦିଆଯାଇଥିଲା। ଆଜି ସମୁଦାୟ ଚାଳିଶ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍-19 ଟିକା ଦିଆଯାଇଛି | ଅବଶିଷ୍ଟ ସଦସ୍ୟମାନଙ୍କୁ ଏହି ମାସର ୨୧ ଓ ୨୩ ରେ ଦିଆଯିବ |

 

ସବ୍ ଅର୍ଡିନେଟ୍ ରେଷ୍ଟ ହାଉସ୍, ଖୋର୍ଦ୍ଧା ରୋଡ୍ ରେ ତିନୋଟି ପୃଥକ କୋଠରୀ ର ବ୍ୟବସ୍ଥା କରାଯାଇଛି । ଗୋଟିଏ ପଞ୍ଜୀକରଣ ପାଇଁ, ଗୋଟିଏ ଟୀକାକରଣ ପାଇଁ ଏବଂ ଗୋଟିଏ ପର୍ଯ୍ୟବେକ୍ଷଣ ପାଇଁ | ଟୀକାକରଣ କାର୍ଯ୍ୟକ୍ରମ ସମୟରେ ସ୍ୱଚ୍ଛତା, ପରିଚ୍ଛନ୍ନତା,ସାମାଜିକ ଦୂରତା ଏବଂ ପରିମଳ ବ୍ୟବସ୍ଥା ଉପରେ ସର୍ବାଧିକ ଯତ୍ନ ନିଆଯାଇଛି।ସମସ୍ତ ଜୀବନ ସହାୟକ ମେଡିକାଲ ଉପକରଣ ଏବଂ ଆମ୍ବୁଲାନ୍ସ ସେବାକୁ ଟୀକାକରଣ ସମୟରେ ଯେକୋୖଣସି ପ୍ରକାରର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରଖାଯାଇଛି |

କୋଭିଡ୍-19 ଟିକା ସମସ୍ତ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଧୀରେ ଧୀରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ପ୍ରାଥମିକତା ସୂଚୀ ଅନୁସାରେ ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ, ତାପରେ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ପରେ ଅନ୍ୟ ସମସ୍ତଙ୍କୁ ଦିଆଯିବ | ଖୋର୍ଦ୍ଧା ରୋଡ୍ ଡିଭିଜନର ରେଳ କର୍ମଚାରୀଙ୍କ ପାଇଁ କୋଭିଡ୍-19 ଟୀକାକରଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଶ୍ରୀ ବି ଗୈାରୀ ଶଙ୍କର ରାଓ, ବରିଷ୍ଠ ଡ଼ାକ୍ତର ଏବଂ ଅନ୍ୟ ଶାଖା ଅଧିକାରୀ ମାନେ ଉପସ୍ଥିତ ଥିଲେ । (ଜଟଣୀ ରୁ ଇଫତେଖାର ଅଲ୍ଲୀ)

Exit mobile version