ଅନ୍ୟାୟ କୃଷି ଆଇନ ପ୍ରତ୍ୟାହାର ଦାବିରେ; ସାରା ଭାରତ ଚାଷୀ ମହିଳା ଦିବସ ଉପଲକ୍ଷେ ବାରଙ୍ଗରେ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) କଟକ :- କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥିବା ଅନ୍ୟାୟ କୃଷି ଆଇନ , ଚୁକ୍ତି ଚାଷ ଆଇନ, ୧୯୫୫ ମସିହା ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ , ୨୦୨୦, ଘରୋଇ ମଣ୍ଡି ଆଇନ ଓ ବିଜୁଳୀ ବିଲ ଆଇନ ୨୦୨୦ ବାତିଲ ଦାବିରେ ସୋମବାର ଦିନ, ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ, ସାରା ଭାରତ ଚାଷୀ ମହିଳା ଦିବସ ଉପଲକ୍ଷେ, ବାରଙ୍ଗ ବ୍ଲକ ଅଫିସ ସମ୍ମୁଖରେ ଆଜି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ଓ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।

ଏଆଇଏମଏସଏସ ର ବାରଙ୍ଗ ଆଂଚଳିକ କମିଟି ସମ୍ପାଦିକା ଟିକା ସାମଲଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇକେକେଏମଏସ ପକ୍ଷରୁ ଚାଷୀ ନେତା ବସନ୍ତ ନାୟକ, ଏସୟୁସିଆଇ(ସି) ବାରଙ୍ଗ ଆଂଚଳିକ କମିଟି ସମ୍ପାଦକ ସିଦ୍ଧାର୍ଥ ରଥ, ଏଆଇଏମଏସଏସ ର ବାରଙ୍ଗ ଉପ-ସଭାପତି ମମତା ମହାପାତ୍ର, ଭାଗ୍ୟଲକ୍ଷ୍ମୀ ଓଝା, ନଳିନୀ ପାଇଟାଲ, ରିନା ବିଶୋଇ, ଲତା ପଣ୍ଡା, ଶାନ୍ତିଲତା ସ୍ୱାଇଁ, ଛାତ୍ର ନେତ୍ରୀ ଭାଗ୍ୟଶ୍ରୀ ପ୍ରଧାନ ପ୍ରମୂଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ଚରମ ଚାଷୀ ବିରୋଧି ଆଇନ ଗୁଡିକର ପ୍ରତ୍ୟାହାର ଦାବିରେ ଦିର୍ଘ ୫୪ ଦିନ ଧରି ଦେଶର ବୀର କୃଷକମାନେ ବୀରତ୍ୱପୂର୍ଣ୍ଣ ଲଢେଇ ଜାରୀ ରଖିଛନ୍ତି । ସେମାନଙ୍କ ସଂଗ୍ରାମକୁ ସଂହତି ଜ୍ଞାପନ ସହ ଅନ୍ୟାୟ ଚାଷୀ ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ଦେଶର ସଂଗ୍ରାମୀ ମହିଳା ମାନେ ଏହି ସଂଗ୍ରାମ ସହ ଜଡିତ ରହିବାକୁୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ । ବିକ୍ଷୋଭ ସ୍ଥଳରୁ ଏକ ସ୍ମାରକ ପତ୍ର ବାରଙ୍ଗ ବିଡିଓଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରୀପୋର୍ଟ)  

Exit mobile version