ଶ୍ରୀ ଭେଙ୍କଟେଶ୍ୱର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଉପକୁଳପତିଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର )ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରା ଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ର ଉପକୁଳପତିଙ୍କ ଶ୍ରୀଯୁକ୍ତ ଡ.ଏନ. ନାଗରାଜୁଙ୍କୁ ପୁରାତନ ଛାତ୍ର ଛାତ୍ରୀ ସଙ୍ଘ ତଥା ବିଦ୍ୟାଳୟ ତରଫରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରା ଯାଇଥିଲା । ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ଶ୍ରୀଯୁକ୍ତ ଜି.ସୁଦର୍ଶନ ରାଓ, ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସୀମାଞ୍ଚଳ ପାଳ, ଉପ କୁଳପତି ଶ୍ରୀଯୁକ୍ତ ଡ. ଏନ.ନାଗରାଜୁ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବି. ତିରୁମାଳା ରାଓ ପଟ୍ଟନାୟକ ଏବଂ ଆଲୁମିନି ସଙ୍ଘର ସଭାପତି ଶ୍ରୀଯୁକ୍ତ ସିଏଚ. ପ୍ରସାଦ କୁମାର ପଟ୍ଟନାୟକ ପୌରହିତ୍ୟ କରିଥିଲେ । ଆୟୋଜିତ ସଭାରେ ବହୁ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଡ.ଏନ. ନାଗରାଜୁଙ୍କ ପ୍ରତିଭା ଙ୍କୁ ଗୁଣଗାନ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରି ଥିଲେ । ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ  )

Exit mobile version