ଶ୍ରୀ ବିଲ୍ୱେଶ୍ୱର ଦେବ ଙ୍କ ନବମ ବାର୍ଷିକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ – ରଣପୁର

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ରଣପୁର/ରିପୋର୍ଟ ସୋନାଲି :- ରଣପୁର ଏନ୍ ଏ ସି ର ୧୫ ନଂ ୱାର୍ଡ ର ଶ୍ରୀ ବିଲ୍ୱେଶ୍ୱର ଦେବ ଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳି କଳୁଷ ର ବିନାଶ , ସତ୍ୟ ର ପ୍ରକାଶ ତଥା ସମସ୍ତ ଜୀବ ଜଗତ ର ମୋକ୍ଷପ୍ରାପ୍ତି , କ୍ରୋଧ ଶାନ୍ତି , ପ୍ରାଣୀ ଙ୍କ ମଙ୍ଗଳ ସାଧନ ପାଈଁ ଏହି ଵିଶ୍ଵ ଶାନ୍ତି ମହାଯଜ୍ଞ କୁ ନବମ ବର୍ଷ ବିତିଲା ।

ପାମ୍ପଡା଼ ,ଜୟପୁର ,ବାଉରିସାହି , ମାର୍ଥା ପଦର , ନୂଆଗାଁ ର ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ଶ୍ରୀ ବିଲ୍ୱେଶ୍ୱରଦେବ ଙ୍କ ଠାରେ ନିରାଡ଼ମ୍ଵର ଭାବେ ପ୍ରତିବର୍ଷ ବିଲ୍ୱେଶ୍ୱର ବାବା ଙ୍କ ପ୍ରାଙ୍ଗଣ ଅନୁଷ୍ଠିତ ହୋଇ ଆସୁଅଛି । ସେହିଭଳି ଚଳିତ ବର୍ଷ ମଧ୍ୟ ଚାରି ଦିନ ଧରି ବାର୍ଷିକ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଈଛି । ଆଜି କଳସ ଯାତ୍ରା ରେ ସ୍ଥାନୀୟ ବହୁ ପୁରୁଷ ମହିଳା ଙ୍କ ଦ୍ୱାରା ଅଙ୍କୁ ରୋପଣ ତଥା କଳସ ସ୍ଥାପନ କାର୍ଯ୍ୟ ସମ୍ପାଦନ ହୋଈଛି । ଆଜି ଠାରୁ ତିନି ଦିନ ଧରି ଏହି ମହାଯଜ୍ଞ ଜାରି ରହିବ ।

Exit mobile version