ଆପୋଲୋ ହସ୍ପିଟାଲସ୍ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀଙ୍କ ଟିକାକରଣ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ଭୁବନେଶ୍ୱର :-ଚେନ୍ନାଇର ଆପୋଲୋ ହସ୍ପିଟାଲ୍ ଟିକାକରଣ କେନ୍ଦ୍ରରୁ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ଦୀର୍ଘ ଏକ ବର୍ଷ କୋଭିଡ୍ ବିରୋଧରେ ଲଢ଼େଇ କରିବା ପରେ ଏବେ ଆଶା ଓ ସକାରାତ୍ମକ ଭାବ ଜାଗ୍ରତ ହୋଇଛି । ଜାତୀୟ କୋଭିଡ୍ ଟିକାକରଣ ଅଭିଯାନର ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କ ଟିକାକରଣ ପାଇଁ ଆପୋଲୋ ଟିକାକରଣ କେନ୍ଦ୍ର ସମେତ ସାରା ଦେଶରର ୩୦୦୦ ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି । କୋଭିଡ୍ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ଆରମ୍ଭରୁ ପ୍ରଥମ ଡୋଜ୍‌ କୁ ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡକ୍ଟର ପ୍ରତାପ ସି ରେଡ୍ଡି ଗ୍ରହଣ କରିଛନ୍ତି । ଏହି ଅବସରରେ ଡକ୍ଟର ପ୍ରତାପ ସି ରେଡ୍ଡି, ଅଧ୍ୟକ୍ଷ, ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍ କହିଛନ୍ତି ଯେ , “ଏହି ଟିକା ନୋଭେଲ୍ କରୋନା ଭୂତାଣୁ ବିରୋଧ ଲଢ଼େଇର ପାଶ୍ୱର୍ ପଲଟାଇଛି ଯାହା ସାରା ବିଶ୍ୱକୁ ଗୋଟିଏ ବର୍ଷ ଗୁରୁତର ଭାବେ ପ୍ରଭାବିତ କରି ରଖିଥିଲା ।

ଦ୍ୱିତୀୟ ସଂକ୍ରମଣ ଆଶଂକାରେ ୟୁରୋପର ବିଭିନ୍ନ ରାଷ୍ଟ୍ରରେ ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା ଆରମ୍ଭ ହେବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ଓ ନୂଆ ସଂକ୍ରମଣକୁ ରୋକିବା ବା ପ୍ରତିରୋଧ କରିବା ଲାଗି ଟିକା ହେଉଛି ବର୍ତମାନ ସମୟର ଆବଶ୍ୟକତା । ଟିକା ମଂଜୁରିକୁ ଫାଷ୍ଟ୍ ଟ୍ରାକ୍ କରି ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ଏକ ଟିକା ଜରିଆରେ ଭୂତାଣୁ ବିରୋଧରେ ଲଢ଼େଇ କରିବା ଲାଗି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଁ ସରକାରଙ୍କୁ ଧନ୍ୟବାଦ ଦେଉଛି ।’’ ସରକାରଙ୍କ ତରଫରୁ ଜାରି କରାଯାଇଥିବା ପ୍ରୋଟୋକଲ୍ ଆଧାରରେ ଆପୋଲୋ ଟିକାକରଣ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉପଯୁକ୍ତ ସାମାଜିକ ଦୂରତ୍ୱ ବଜାୟ ରଖି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିର୍ଧାରିତ ସାରଣୀ ଅନୁସାରେ ଟିକା ଦିଆଯାଇଛି । ଟିକା ନେବା ପାଇଁ ପ୍ରଶାସନ ପକ୍ଷରୁ ଉପଯୁକ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିବା , ଶୀତଭଣ୍ଡାର ପରିଚାଳନା,

ବାୟୋମେଡିକାଲ୍ ବର୍ଜ୍ୟର ଉପଯୁକ୍ତ ପରିଚାଳନା, କୋ- ୱିନ୍ ଆପ୍‌ରେ ତଥ୍ୟରେ ସ୍ୱୀକୃତି, ଟିକା ଦେବାର ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣରେ ରଖିବା, ଏଇଏଫ୍‌ଆଇ ପରିଚାଳନା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଟିକା ଦେବା ପାଇଁ ଏକ ଆରାମଦାୟକ ଓ ପ୍ରତିଶ୍ରୁତିପୂର୍ଣ୍ଣ ପରିବେଶର ବ୍ୟବସ୍ଥା କରାଯାଇଛି । ଟିକାକରଣ ସମୟରେ ସଂକ୍ରମଣକୁ ରୋକିବା ପାଇଁ ରହିଥିବା ବ୍ୟବସ୍ଥା ଯଥା ସମସ୍ତ ହିତାଧିକାରୀଙ୍କ ଜ୍ୱରର ସ୍କ୍ରିନିଂ କରିବା, ସାମାଜିକ ଦୂରତ୍ୱ, ହାତର ସ୍ୱଚ୍ଛତା, ସମସ୍ତଙ୍କ ମୁହଁରେ ମାସ୍କ ଏବଂ ସୁରକ୍ଷିତ ଇଞ୍ଜେକ୍ସନ ପ୍ରକ୍ରିୟାର ବ୍ୟବସ୍ଥା କରିବା । ଟିକା ଶୀତଳଭଣ୍ଡାରକୁ ସୁଦୃଢ଼ କରିବା ଲାଗି ଆପୋଲୋ ହସ୍ପିଟାଲ୍‌ ତରଫରୁ ଗତ ଅକ୍ଟୋବରରୁ କାମକ୍ଷା ମାନଙ୍କ ଗ୍ରହଣ କରାଯାଇଥିଲା । ଦୈନିକ ୧ ନିୟୁତ ଟିକା ଦେବା ଲାଗି ପ୍ରସ୍ତୁତି ହୋଇଥିଲା । ଟିକାକରଣ ପ୍ରକ୍ରିୟାରେ ଆପୋଲୋ ହସ୍ପିଟାଲ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ ରହିଛି । 

Exit mobile version