ମାହାଙ୍ଗାରେ ପୁଣି ଦଳିତ ପରିବାର ଉପରେ – ରାଜନୈତିକ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ, ବିଜେଡି କର୍ମୀ ସହ – ପୁଅ ଗୁରୁତର 

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) ମାହାଙ୍ଗା  :- ମାହାଙ୍ଗା ଥାନା ସିନ୍ଧୁପୁର ଗ୍ରାମରେ ରାଜନୈତିକ ଶତ୍ରୁତା କୁ ନେଇ ପୁଣି ଆରମ୍ଭ ହୋଇଛି ଦଳିତ ପରିବାର ଉପରେ ଆକ୍ରମଣ, ବାପ ପୁଅ ଗୁରୁତର, ମାହାଙ୍ଗା ଥାନା ପୋଡାମରାଇ ପଂଚାୟତ ସିନ୍ଧୁପୁର ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ଜଣେ ଦଳିତ ପରିବାର ଉପରେ ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି, ଏହି ଆକ୍ରମଣରେ ଜଣେ ବିଜେଡି କର୍ମୀ ଙ୍କ ସହ ତାଙ୍କ ପୁତ୍ର ଗୁରୁତର ଆହତ ହୋଇ କଟକ ବଡମେଡିକାଲ ରେ ଭର୍ତିହୋଇଥିବା ଜଣାଯାଇଛି,

ପ୍ରକାଶ ଯେ ରାଜନୈତିକ ପୂର୍ବ ଶତ୍ରୁତାକୁ ନେଇ ସିନ୍ଧୁପୁର ଗ୍ରାମର ମହେନ୍ଦ୍ର ସେଠି ମଦ୍ୟପାନ କରି ବିଜେଡି କର୍ମୀ ରତ୍ନାକର ସେଠି ଙ୍କ ଘର ସାମ୍ନାରେ ଆଜି ସନ୍ଧ୍ୟାରେ ଗାଳିଗୁଲଜ କରିଥିଲେ, ଏହାକୁ ରତ୍ନାକର ସେଠୀଙ୍କ ପତ୍ନୀ ବିରୋଧ କରିବାରୁ ମହେନ୍ଦ୍ର ଖରାପ ଭାଷାରେ ଗାଳିଗୁଲଜ କରିଥିଲେ, ଏହାପରେ ରତ୍ନାକର ଓ ତାଙ୍କ ପୁତ୍ର ମଦନ ସୁନ୍ଦର ଆସି କାହିଁକି ଶୋଧୁଚୁ ବୋଲି ପଚାରିବାରୁ ମହେନ୍ଦ୍ର ଏକ କୋଦାଳ ବେଣ୍ଟରେ ମରଣାନ୍ତକ ଆକ୍ରମଣ କରିଥିଲା, ଉଭୟ ବାପ ପୁଅଙ୍କୁ ମାହାଙ୍ଗା ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ସ୍ଵାଥ୍ୟ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାଂତର କରାଯାଇଥିବା ଜଣାଯାଇଛି, ଏଥିନେଇ ରତ୍ନାକରଙ୍କ ପତ୍ନୀ ସେଠି ମାହାଙ୍ଗା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି ,

ଅପର ପକ୍ଷରେ ମହେନ୍ଦ୍ର ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅନୁରୂପ ଅଭିଯୋଗ ହୋଇଛି,ଗତ 27ତାରିଖରେ ନୃତାଙ୍ଗ ପଂଚାୟତ ଯଂକୋଟି ଗ୍ରାମରେ ଦଳିତ ପରିବାର ର ସଦସ୍ୟ ଙ୍କୁ ଲଙ୍ଗଳା କରି ଆକ୍ରମଣ ହୋଇଥିଲା, ଏହି ଆକ୍ରମଣକୁ ନେଇ ସେଠାରେ ଦୁଇ ଦୁଇ ଟି ମୁଣ୍ଡ ଗଡ଼ିବା ସହ ରାଜ୍ୟରେ ହଇଚଇ ହୋଇଥିଲା, ଏବେ ପୂର୍ବ ମାହାଙ୍ଗାରେ ସେଇଭଳି ଦଳିତ ପରିବାର ଉପରେ ଆକ୍ରମଣ ହୋଇଛି, 27 ତାରିଖ ଦଳିତ ଆକ୍ରମଣ ଘଟଣାରେ ପୋଲିସ କାହାରିକୁ ଗିରଫ ନକରି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଥିବାରୁ ଡବଲ ମର୍ଡର ଘଟଣା ଘଟିଥିଲା, ଏବେ ସେଭଳି ଘଟଣାର ପୁନରାବୃତ୍ତି ସିନ୍ଧୁପୁର ରେ ନହବ କିଏ କହିବ,

Exit mobile version