ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର )ଖୋର୍ଦ୍ଧା ଜିଲ୍ଲା :- ଖୋର୍ଦ୍ଧା ଜିଲ୍ଲାର ଦଶଟି ବ୍ଲକର ୧୯୦ ପଞ୍ଚାୟତ କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବା ୧୪୯ ଜଣ ପିଅନ , ୧୯ ଜଣ ରାତ୍ରି ଜଗୁଆଳି , ୭ ଜଣ ସ୍ୱିପରଙ୍କୁ ଗ୍ରାମପଞ୍ଚାୟତ ମାନଙ୍କରେ Revenue Generate ହେଉନଥିବାରୁ କର୍ମଚାରୀ ମାନଙ୍କୁ ଖୁବ କମ ପାରିଶ୍ରମିକ ମିଳୁଛି ଏବଂ ପାରିଶ୍ରମିକ ରେ ଅସଙ୍ଗତୀ ମଧ୍ୟ ରହିଛି ରାଜ୍ୟ ସରକାରଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୩ସହ ୩ଟଙ୍କା ରହିଥିବା ବେଳେ ଏହି କର୍ମଚାରୀ ମାନଙ୍କୁ କେଉଁଠି ପାଞ୍ଚଶହ ତ’

କେଉଁଠି ହଜାରେ ଓ ପନ୍ଦର ସହ ଟଙ୍କା ମିଳୁଛି ଏ ସମ୍ପର୍କରେ ରାଜ୍ୟ ସ୍ତରରେ ଦାବୀଜଣାଇ ଥିଲେ ମଧ୍ୟ ଅର୍ଥ ବିଭାଗ ଓଡ଼ିଶା ଗ୍ରାମପଞ୍ଚାୟତ ନିୟମ ୧୨୫/୨୦୧୪ ଆଳଦେଖାଇ ଫେରାଇ ଦେଇଛନ୍ତି ଫଳରେ ରାଜ୍ୟରେ ଛ’ହଜାର ସାତ ଶହ ଅଠାନବେ ପଞ୍ଚାୟତ ରେ କାର୍ଯ୍ୟରତ ଆଠହଜାର ଆଠଶହ ଏକୋଇଶ ଜଣ ବହୁ ଦୁଃଖରେ କାଳାତିପାତ କରୁଛନ୍ତି ଆସନ୍ତା ମାର୍ଚ୍ଚ ୫ ତାରିଖ ପୂର୍ବରୁ ବିଚାର ନ’କଲେ ରାଜ୍ୟ ସ୍ତରରେ ଆନ୍ଦୋଳନ କରାଯିବ ବୋଲି ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ସୁବ୍ରତ ରାଉଳ ଚେତାବନୀ ଦେଇଛନ୍ତି (ଇଫତେଖାର ଅଲ୍ଲୀ ଜଟଣୀ ଖୋର୍ଦ୍ଧା)

Exit mobile version