ଏସଟିଏଫ ପକ୍ଷରୁ କାରଗୋ ଚୋରି ଦଳ କୁ ଧରିବା ପାଇଁ ଚଢ଼ାଉ

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) କଟକ :- ନିର୍ଭରଯୋଗ୍ୟ ସୂଚନା ଆଧାରରେ,ଶନିବାର ଦିନ କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ NH-55 ପାର୍ଶ୍ୱରେ , ଦୁର୍ବୃତ୍ତମାନେ ଆନ୍ତ ରାଜ୍ୟ ପରିବହନ ଯାନରୁ ସଂଗଠିତ ମାଲ ଚୋରି ତଥା ବହୁମୂଲ୍ୟ ସାମଗ୍ରୀ , ମାଲ ପରିବହନରୁ ବେଆଇନ ଅନଲୋଡିଂ ସମ୍ବନ୍ଧରେ ଏସଟିଏଫ ପୋଲିସ ଖବରପାଇଥିଲା । “ବାବା ଧବାଲେଶ୍ୱର କୋଇଲା ଡିପୋ “ଉପରେ ଏସଟିଏଫ ଦଳ ଚଢାଉ କରିଥିଲେ। ଫଳସ୍ୱରୂପ, ଲାମ କୋକ୍ ଲୋଡ୍ ହୋଇଥିବା ଆଠଟି ଟ୍ରକ୍ ସେହି ସ୍ଥାନରୁ ମିଳିଥିଲା, ଯେଉଁଠାରୁ ବିପୁଳ ପରିମାଣର ଲାମ କୋକସ୍ ଅନଲୋଡ୍ ହୋଇ ଚୋରି ହୋଇଯାଇଥିଲା ।

ସେହି ସମାନ ପରିମାଣର ଲାମ କୋକସ ବେଆଇନ ଲାଭ ଉଦ୍ଦେଶ୍ୟରେ ଅନ୍ୟ ଟ୍ରକରେ ଲୋଡ୍ ହୋଇଥିବା ଦେଖିବାକୁ ମିଳିଥିଲା ​​ଏହି ଘଟଣାରେ ଅପରାଧୀଙ୍କ ନିକଟରୁ ପ୍ରାୟ ୩୨ ମେଟ୍ରିକ୍ ଟନ୍ ଓଜନ ବିଶିଷ୍ଟ ନଅଟି ଟ୍ରକ୍ ସହିତ ଲାମ କୋକସ୍, ଗୋଟିଏ ଜେସିବି, କିଛି ରିସେଲିଂ ଏବଂ ପୁନ ପ୍ୟାକେଜ୍ ସାମଗ୍ରୀ ଜବତ କରାଯାଇଥିଲା

। ସମୁଦାୟ ୫୪ ମେଟ୍ରିକ୍ ଟନ୍ ଲାମ କୋକ୍ ଚୋରି ହୋଇ ଅପରାଧୀମାନଙ୍କ ଦ୍ୱାରା ବେଆଇନ ଭାବରେ ବିକ୍ରୟ ଉଦ୍ଦେଶ୍ୟରେ ରଖାଯାଇଥିବା ଜଣାପଡିଛି । ଯାହାର ମୂଲ୍ୟ ୧୩ ଲକ୍ଷ୍ୟ,୫୦,୦୦୦ ହଜାର ଟଙ୍କା (ପାଖାପାଖି) ହେବ। ଏହି ମାମଲାରେ ପ୍ରାୟ ୧୦ ଜଣଙ୍କୁ ଗିରଫ କରାଯାଇଛି । ସେମାଙ୍କୁ କୋର୍ଟକୁ ଚାଲାଣ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ଏସଟିଏଫ ଥାନି କେସ୍ ନଂ 04| u/s 379/411/120 (B) IPC ଆଧାରରେ ଅନୁସନ୍ଧାନ ଚାଲିଛି(କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) 

 

Exit mobile version