ବରଗଡ଼ ପୋୖରାଞ୍ଚଳରେ ହୋଲଡିଂ ଟ୍ୟାକ୍ସ ର ଅହେତୁକ ବୃଦ୍ଧି କୁ ଆମ୍ ଆଦମୀ ପାର୍ଟି ର ଵିରୋଧ

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର )ବରଗଡ଼ :-  ଆନୁଆଲ ଭ୍ୟାଲୁ ର ଅସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତ ଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ଵିଚାରକୁ ନନେଇ ଲୋକ ମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି ଏହାକୁ ଆମ୍ ଆଦମୀ ପାର୍ଟି ଵିରୋଧ କରୁଛି । ପୋୖର ଆଇନ ଅନୁଯାୟୀ ସହରାଞ୍ଚଳର କରଦାତା ଙ୍କ ଆର୍ଥିକ ଅନାଟନ କୁ ଦୃଷ୍ଟିରେ ନରଖି ଏଭଳି ନିଷ୍ପତି ନେବା ଏକ ନିନ୍ଦନୀୟ ପଦକ୍ଷେପ ଅଟେ । ହୋଲଡିଂ ଟିକସ, ରାସ୍ତା ଆଲୋକ ଟିକସ, ଜଳକର ହଉ କି ଲ୍ୟାଟ୍ରିନ ଟିକସ ଏସବୁ ସେବାକର ର ଅନ୍ତର୍ଭୁକ୍ତ ଅଟେ ।

କିନ୍ତୁ ଆମ୍ଭ ସହରର ଅନେକ ଅଂଚଳରେ ସଫେଇ ହେଉନଥିବା ବେଳେ ହୋଲଡିଂ ଟିକସ ଆଦାୟ କରାଯାଉଛି । ବରଗଡ଼ ସେହିପରି ଅନେକ ସ୍ଥାନରେ ପାନୀୟ ଜଳଯୋଗାଣ ନଥାଇ ମଧ୍ୟ ଜଳକର ଆଦାୟ ହେଉଛି । ସେହିପରି ସହରରେ ଉଠା ପାଇଖାନା ନଥାଇ ମଧ୍ୟ ଟିକସ ଆଦାୟ କରାଯାଉଛି । ତେଣୁ ଅହେତୁକ ହୋଲଡିଂ ଟିକସ ବୃଦ୍ଧି କୁ ଆପ୍ ଆବାହକ ଭବାନୀ ସାହୁ ଵିରୋଧ କରିଛନ୍ତି । ତୁରନ୍ତ ଏକ ନାଗରିକ କମିଟି କୁ ଡକାଯାଇ ହୋଲଡିଂ ଟିକସ ବିଷୟ ରେ ଆଲୋଚନା କରି ଦେୟ ନିର୍ଦ୍ଧାରିତ କରିବାକୁ ଆପ୍ ଦାବି କରିଛି ।

Exit mobile version