ରାଜ୍ୟରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନର୍ଦ୍ଦେଶ ; ଗତବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ ଧାନ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) ଭୁବନେଶ୍ୱର :-ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବା ବେଳେ ଆଜି ସୁଦ୍ଧା ମୋଟ ୩୫ ଲକ୍ଷ ୬ ହଜାର ୧୮୩ ମେଟି୍ରକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଛି । ଏହା ଗତବର୍ଷ ଆଜି ଦିନ ସୁଦ୍ଧା ସଂଗ୍ରହ କରାଯାଇଥିବା ଖରିଫ ଧାନ ତୁଳନା ରେ ୨୨ ପ୍ରତିଶତ ଅଧିକ । ଗତବର୍ଷ ଆଜିର ତାରିଖରେ ମୋଟ ୨୮ ଲକ୍ଷ ୮୧ ହଜାର ୪୭୫ ମେଟି୍ରକ୍‌ ଯନ୍‌ ଧାନ ସଂଗ୍ରହ ହୋଇଥିଲା । ନାମ ପଂଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ପ୍ୟାକ୍ସ/ଲ୍ୟାମ୍ପସ୍‌/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକରେ ସେମାନଙ୍କ ଧାନ ବିକି୍ର କରିପାରିବେ, ସେଥି ନିମନ୍ତେ ବିଭାଗୀୟ ଅଧିକାରୀମାନେ ସମସ୍ତ ପଦକ୍ଷେପ ନେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ଦ୍ୱାରା ନାମ ପଂଜୀକରଣ କରିଥିବା ଚାଷୀ ମାନଙ୍କ ଠାରୁ ପି-ପାସ୍‌ ଓ ଆଗୁଆ ଟୋକେନ୍‌ ପ୍ରଦାନ ମାଧ୍ୟମରେ ଖରିଫ ଧାନ ସଂଗ୍ରହ କରାଯାଉଛି । ଏହା ସହିତ କୋଭିଡ୍‌-୧୯ ସ୍ଥିତିରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱକୁ ଅନୁପାଳନ କରି ଧାନ ସଂଗ୍ରହ କରାଯାଉଛି ।

ଚଳିତ ଖରିଫରେ ଆଜି ପର୍ଯ୍ୟନ୍ତ ଅଧିକ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରେ ୬,୬୫,୦୪୮ ମେଟି୍ରକ ଟନ ଧାନ ସଂଗୃହୀତ ହୋଇଛି ଯାହାକି ଗତବର୍ଷ ଆଜି ତାରିଖରେ ସଂଗୃହୀତ ଧାନ ତୁଳନାରେ ୧୩ ପ୍ରତିଶତ ଅଧିକ । ବଲାଙ୍ଗୀର ଜିଲ୍ଲାରେ ୨,୮୪,୪୯୩ ମେଟି୍ରକ ଟନ ଧାନ ସଂଗ୍ରହ କରାଯାଇଛି । ଏହା ଗତବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ । ସେହିପରି କଳାହାଣ୍ଡିରେ ୪,୧୨,୬୪୯ ମେଟି୍ରକ ଟନ, କୋରାପୁଟରେ ୨,୧୧,୨୧୭ ମେଟି୍ରକ ଟନ, ଗଞ୍ଜାମରେ ୧,୧୪,୩୨୫ ମେଟି୍ରକ ଟନ, ନବରଙ୍ଗପୁରରେ ୧,୩୫,୬୧୮ ମେଟି୍ରକ ଟନ, ନୂଆପଡ଼ାରେ ୧,୨୦,୯୦୭ ଟନ, ସମ୍ବଲପୁରରେ ୩,୩୭,୨୩୩ ମେଟି୍ରକ ଟନ, ସୁବର୍ଣ୍ଣପୁରରେ ୨,୮୧,୪୩୫ ମେଟି୍ରକ ଟନ, ସୁନ୍ଦରଗଡ଼ରେ ୧,୦୨,୬୫୭ ମେଟ୍ରକ ଟନ ଏବଂ ମାଲକାନଗିରିରେ ୧,୦୩,୦୮୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଗତବର୍ଷ ଆଜି ଦିନ ତୁଳନାରେ କଳାହାଣ୍ଡିରେ ୧୬ ପ୍ରତିଶତ, କୋରାପୁଟରେ ୧୭ ପ୍ରତିଶତ, ନବରଙ୍ଗପୁରରେ ୪୭ ପ୍ରତିଶତ, ନୂଆପଡ଼ାରେ ୩୩ ପ୍ରତିଶତ, ସମ୍ବଲପୁରରେ ୩୪ ପ୍ରତିଶତ, ସୁବର୍ଣ୍ଣପୁରରେ ୧୯ ପ୍ରତିଶତ, ସୁନ୍ଦରଗଡ଼ରେ ୨୭ ପ୍ରତିଶତ ଓ ମାଲକାନଗିରିରେ ୧୭ ପ୍ରତିଶତ ଅଧିକ ଖରିଫ ଧାନ ସଂଗ୍ରହ କରାଯାଇଛି ।

Exit mobile version