ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ – ଈଶ୍ୱରଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) ପୁରୀ :- ଦୁଇ ପୁଲିସ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୁରୀ ଏସପି କନୱର ବିଶାଲ ସିଂହ । ଅପରାଧିକ ଅଭିଯୋଗ ଆସିବା ପରେ ଗୋଟିଏ ଦିନରେ ପୁରୀ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ ନିଲମ୍ବିତ କରାଯାଇଛି ।

 

ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି । ସେ ଜଣେ ଫୁଡ୍ ଭେଣ୍ଡରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ SDPO ଏହି ଘଟଣାର ତଦନ୍ତ କରିଥିଲେ । ତଦନ୍ତରୁ ସତ ଜଣାପଡ଼ିବା ପରେ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଜି ତାଙ୍କୁ ଗିରଫ କରାଯାଇଛି । ଏନେଇ ପୁରୀ ଏସ୍ପି ସୂଚନା ଦେଇଛନ୍ତି ।

Exit mobile version