ରଣପୁର : ଧାନ ଧୂଷ ଉଡିବାକୁ କେନ୍ଦ୍ର କରି ; ଜଣେ ମୃତ ଆସାମୀ କୁ ଗିରଫ ଓ କ୍ଷତି ପୂରଣ ଦାବୀରେ ଗ୍ରାମବାସୀ ଙ୍କ ରାସ୍ତା ରୋକ

ଓଡ଼ିଶା ତାଜା ନ୍ୟୁଜ (୧୬ ଜାନୁୟାରୀ ଶନିବାର ) ରଣପୁର ରିପୋର୍ଟ /ସୋନାଲି :-  ରଣପୁର ଥାନା ତଥା ଏନ୍‌.ଏ.ସି.ର ୧୫ନଂ ୱାର୍ଡ ପାମ୍ପଡା ଗ୍ରାମରେ ଧାନ ଧୂଷ ଉଡିବା କୁ କେନ୍ଦ୍ର କରି ସେହି ଗ୍ରାମର ୨ଟି ପରିବାର ମଧ୍ୟରେ ଜାନୁୟାରୀ ୬ ତାରିଖରେ ଗଣ୍ଡଗୋଳ ଘଟିଥିଲା । ଏହାକୁ ନେଇ ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ସେହି ଗଣ୍ଡଗୋଳରେ ଗୁରୁତର ଆହତ ହୋଇ ଭୂବନେଶ୍ୱର ସମ୍ ହସ୍ପିଟାଲ୍ ରେ ଚିକିତ୍ସା ହେଉଥିବା ସୁକାନ୍ତ ବେହେରା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ବର୍ଗ ଆସାମୀ କୁ ଗିରଫ ଓ କ୍ଷତି ପୂରଣ ଦାବୀ ରେ ରଣପୁର ଚାନ୍ଦପୁର ରାସ୍ତାକୁ ଅବରୋଧ କରିଥିଲେ ।

ଅଭିଯୋଗ ଅନୁସାରେ ରଣପୁର ଏନ୍‌.ଏ.ସି. ୧୫ନଂ ୱାର୍ଡ ପାମ୍ପଡା ଗ୍ରାମର ସୁକାନ୍ତ ବେହେରା ଓ ତାଙ୍କ ଭାଇ ମେସିନ୍ ସାହାଯ୍ୟରେ ଧାନ ବେଙ୍ଗଳା ପକାଉଥିବା ବେଳେ ସେହି ଗ୍ରାମର ରାଜ କିଶୋର ପ୍ରଧାନ ଙ୍କ ପରିବାର ମଧ୍ୟରେ ଧାନ ଧୂଷ ଉଡିବାକୁ କେନ୍ଦ୍ର କରି ଜାନୁୟାରୀ ୬ ତାରିଖ ଦିନ ଉଭୟ ରାଜ କିଶୋର ପ୍ରଧାନ ଓ ସୁକାନ୍ତ ବେହେରା ଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଧାନ ଧୂଷ କୁ କେନ୍ଦ୍ର କରି ରାଜ କିଶୋର ପ୍ରଧାନ ତାଙ୍କ ପୁଅ ସିକନ୍ ପ୍ରଧାନ ଓ ହୁଲୁମା ପ୍ରଧାନ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ଅତକ୍ରିତ ସୁକାନ୍ତ ବେହେରା ଓ ଶରତ ଚନ୍ଦ୍ର ବେହେରା ଙ୍କ ସହ ତାଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଯାହାଫଳରେ ସ୍ଥାନୀୟ ଗ୍ରାମବାସୀ ଆହାତ ପରିବାର ବର୍ଗ କୁ ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ସୁକାନ୍ତ ଙ୍କ ଅବସ୍ଥା ଗୁରୁତର ଥିବା ହେତୁ ତାଙ୍କୁ ଭୂବନେଶ୍ୱର ସମ୍ ହସ୍ପିଟାଲ କୁ ସ୍ଥାନାତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ କାଲି ତାଙ୍କର ମୃତ୍ୟୁ ହେବାରୁ ତାଙ୍କ ଶବକୁ ଗ୍ରାମକୁ ଆଣି ଶନିବାର ଦିନ ଆସାମୀ ଗିରଫ ଏବଂ କ୍ଷତି ପୂରଣ ଦାବୀରେ ପାମ୍ପଡା ଗ୍ରାମବାସୀ ଓ ପରିବାର ବର୍ଗ ତାଙ୍କ ଶବକୁ ରାସ୍ତା ଉପରେ ରଖି ରଣପୁର ଚାନ୍ଦପୁର ମୁଖ୍ୟ ରାସ୍ତା ର ପାମ୍ପଡା ଛକଠାରେ ରାସ୍ତା ରୋକ କରିଥିଲେ । ଖବର ପାଇ ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଚାନ୍ଦପୁର ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାସ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ରାସ୍ତା ରୋକ ସ୍ଥଳରେ ପହଞ୍ଚି ରେଡ୍ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ନୟାଗଡ ଆରକ୍ଷୀ ଅଧ୍ୟକ୍ଷ ଙ୍କ ସହ କଥାହୋଇ ଆସାମୀ କୁ ଗିରଫ କରିବାକୁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା ।

Exit mobile version