୧୫ତମ ଶେଖ ହାଇଦର ମେମୋରିଆଲ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ ( ୧୬ ଜାନୁଆରୀ ଶନିବାର ) ପଦ୍ମପୁର :- ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଆନୁକୂଲ୍ୟରେ ୧୫ତମ ଶେଖ ହାଇଦର ମେମୋରିଆଲ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଅଛି । ଦୀର୍ଘ ଦୁଇ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୫୦ଟି ଟିମ ଯୋଗ ଦେବାକୁ ଥିବା ବେଳେ ପ୍ରଥମ ଦିନରେ ୨୫ ଟି ଦଳ ଯୋଗ ଦେଇଛନ୍ତି । ଏହି ଉତ୍ସବ ରେ ଟାଉନ କ୍ଲବ ସଭାପତି ଶ୍ରୀ ଶିରିଷ କୁମାର ବହିଦାର ଦୀପ ପ୍ରଜ୍ଵଳନ ପୂର୍ବକ ଟୁର୍ଣ୍ଣାମେଣ୍ଟ କୁ ଉଦ୍‌ଘାଟନ କରିଥିବା

ବେଳେ ସମ୍ମାନିତ ଅତିଥୀ ଭାବରେ ଟାଉନ କ୍ଲବ ସମ୍ପାଦକ ଶ୍ରୀ ପ୍ରତାପ ମିଶ୍ର, କୋଷାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ଶ୍ରୀ ଲାଲବିହାରୀ ମିଶ୍ର ଙ୍କ ସହିତ କ୍ଲବ ର ସମସ୍ତ ସଦସ୍ୟ ତଥା ସ୍ୱର୍ଗତଃ ଶେଖ ହାଇଦର ଙ୍କର ପୁତ୍ର ଶେଖ ୱାଶିମ ରାଜା, ଶେଖ ଆକବର ଙ୍କ ସହ ସହରର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ( ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version