ଗଜପତି ଜିଲ୍ଲା ନୂଆଗଡ ବ୍ଲକର ସଦର ମହକୁମା ନୂଆଗଡ ଲକ୍ଷ୍ମୀନୃସିଂହ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷା ବିଭାଗର ଏକ ଆଞ୍ଚଳିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ ( ୧୬ ଜାନୁଆରୀ ଶନିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ଼ ବ୍ଲକରେ ଅବସ୍ତିତ ଲକ୍ଷ୍ମୀନୃସିଂହ ଉଚ୍ଚ ବିଦ୍ୟାଳୟ ନୂଆଗଡ଼ ଠାରେ ଶିକ୍ଷା ବିଭାଗର ଏକ ଆଞ୍ଚଳିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ନୂଆଗଡ଼ ଓ କେରେଡାଙ୍ଗ ଆଞ୍ଚଳିକ କେନ୍ଦ୍ର ର ସମସ୍ତ ଶିକ୍ଷକ / ଶିକ୍ଷୟୀତ୍ରି ମାନେ ଉପସ୍ଥିତ ହୋଇଥିଲେ | ବୈଠକ ରେ ନୂଆଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବ୍ରଜ ମୋହନ ନାୟକ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଆଧିକାରୀ ଶ୍ରୀ

ଲିଙ୍ଗରାଜ କାର୍ଜି ଯୋଗଦାନ କରି ବୈଠକ କୁ ପରିଚାଳନା କରି ଥିଲେ | ଉକ୍ତ ବୈଠକ ରେ ମୋ ସ୍କୁଲ ଅଭିଯାନ, ଶିକ୍ଷା ସଂଯୋଗ, ଅନଲାଇନ କ୍ଲାସ, ଆଇ ସି ଟି ଲାବ, ରେଡ଼ିଓ ପାଠଶାଳା, ଆୟୁଷ ମାନ ଭାରତ, ଇତ୍ୟାଦି ଗୁରୁତ୍ୱ ପୂର୍ଣ୍ଣ ବିଷୟକୁ ଆଲୋଚନା କରାଗଲା | ନୂଆଗଡ଼ ସି ଆର ସି ସି ଶ୍ରୀ ଚନ୍ଦ୍ରଶେନ ପାଣି ବୈଠକ ଆରମ୍ଭ ରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଓ କେରେଡାଙ୍ଗ ସି ଆର ସି ସି ଶ୍ରୀ ବିନୟ ରଞ୍ଜନ ପାଣି ବୈଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version