ଲୋରିଏଲ ଷ୍ଟେଟ ଭେଞ୍ଚର ପକ୍ଷରୁ ପୂଜ୍ୟପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ।

ଓଡ଼ିଶା ତାଜା ନ୍ୟୁଜ (୧୬ ଜାନୁୟାରୀ ଶନିବାର ) କଟକ :- ଦିନକୁ ଦିନ ଆମ ସମାଜ ଏବେ ଆଧୁନିକ ଚାଲି ଚଳଣିକୁ ଅଡ଼କୁ ଅଗ୍ରସର ହେଉଥିଲା ବେଳେ , ପୂରାତନ ପରମ୍ପରାକୁg ଭୁଲିଯାଉଛି । ଯେଉଁ ବାପା ମା ତା ପିଲାମାନଙ୍କୁ ଛୋଟରୁ ବଡ଼ କଲା ସେମାନଙ୍କୁ ଭୁଲିଯାଉଛନ୍ତି । ଆଜିର ସମାଜ ପୂଜ୍ୟପୂଜାକୁ ଭୁଲି ପାଶ୍ଚାତ୍ୟା ପରମ୍ପରାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ପୂର୍ବତନ ସାଂସଦ ପ୍ରଶନ ପାଟ୍ଟଶାଣୀ ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର ଦିନ କଟକ ଫୁଲନଖରା- ନିଆଳୀ ରାସ୍ତାର ନଡ଼ିଆଗୁରୁଡି ଠାରେ ଥିବା ,ଆମ୍ରପଲ୍ଲୀ ରିସୋର୍ଟ ସଭାଗୃହରେ ଲୋରିଏଲ ଷ୍ଟେଟ ଭଞ୍ଚର ପକ୍ଷରୁ, ଆୟୋଜିତ ପୂଜ୍ୟପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟ କ୍ରମରେ ବୟଜ୍ୟେଷ୍ଠ ବ୍ୟକ୍ତି , କଳାକାର, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ଆମତ୍ରଣ କରାଯାଇଥିଲା । ଲୋରିଏଲ ଷ୍ଟେଟ ଭେଞ୍ଚର ର ପରିଚାଳନା ନିର୍ଦ୍ଦେଶିକା ଦେବସ୍ମୀତା ସାହୁ, ସଂସ୍ଥାର ଅଧ୍ୟକ୍ଷ ଟିଟନ କୁମାର ସାହୁ ତାଙ୍କର କର୍ତ୍ତବ୍ୟ ନିଷ୍ଠା, ସଚ୍ଚୋଟତା , ଭଲପାଇବା ଗୁଣ ପାଇଁ ଆଜି ଜଣେ ସଫଳ ବ୍ୟକ୍ତି ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରଶନ ପାଟ୍ଟଶାଣୀ, ଯାତ୍ରା କଳାକାର ଦୈତାରି ପଣ୍ଡା , କଣ୍ଠଶିଳ୍ପୀ ସୁଧାକର ମିଶ୍ର, ପ୍ରଫୁଲ୍ଲ ବେହେରା, ଓଡିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ଗୁଡୁ ,ଇପସିତା ପଣ୍ଡା, ନମ୍ରତା ସିଂଙ୍ଗଦେଓ ଙ୍କ ସମେତ ନୟାଗଡ ଜିଲ୍ଲା ଖଣ୍ଡପଡା ସିଧାମୂଳା ପଞ୍ଚାୟତର ବୟଜ୍ୟେଷ୍ଠ ମୁରବୀ ମାନଙ୍କୁ, ଲୋରିଏଲ ଅନୁଷ୍ଠାନର ଅଧ୍ୟକ୍ଷ ଟିଟନ ସାହୁ, ଦେବସ୍ମୀତା ସାହୁ ପୁଷ୍ପଗୁଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସକାଳ ଦଶଟାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ନିଶାମଣୀ ଖଣ୍ଡୁଆଳ, କାନନ ବିହାରୀ ନାୟକ, ବାବାଜୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । (କଟରୁ ଅମୂଲ୍ୟ କୁମାର ବାରିକ ଙ୍କ ରିପୋର୍ଟ)  

Exit mobile version