ରଣପୁର ବିଧାୟକ ଙ୍କ ଦ୍ୱାରା ଦୁଇଟି ରାସ୍ତାର ଶିଳାନ୍ୟାସ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ରଣପୁର/ରିପୋର୍ଟ ଅଭିମନ୍ୟୁ :- ରଣପୁର ବ୍ଳକ୍ ଅନ୍ତର୍ଗତ ପିମ୍ପଲ ଗ୍ରାମ ପଂଚାୟତ ର କଙ୍କିଆ ଠାରେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଆର . ଡି ରାସ୍ତା ଠାରୁ ସୁର୍କାବାଡି ଭାୟା କଙ୍କିଆ ସାମନ୍ତରାପୁର ନୂଆସାହି ରାସ୍ତାକୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରାଯାଇଛି । ଏହି ରାସ୍ତା ନାବାର୍ଡ ସହାୟତାରେ ୪କୋଟି ୯୫ଲକ୍ଷ ବ୍ୟୟରେ ୭ କି.ମି ପର୍ଯ୍ୟନ୍ତ ନିର୍ମାଣ ହେବା ପାଇଁ ସ୍ଥିର ହୋଇଅଛି ।

ଏହି ରାସ୍ତା ଦ୍ୱାରା ଗୌରାଙ୍ଗପୁର, ବାଉଁଶଗଡ, ପିମ୍ପଲ ଓ ବଜ୍ରକୋଟ ଗ୍ରାମ ପଂଚାୟତର ଅଧିବାସୀ ମାନେ ଉପକୃତ ହେବେବୋଲି ଆଶାପୋଷଣ କରାଯାଇଛି । ସେହିଭଳି ରଣପୁର ପୂର୍ତ ବିଭାଗ ଅଧୀନରେ ନାବାର୍ଡ ସହାୟତାରେ ବେଗୁନିଆ- ଲୋଧାଚୁଆ ରାସ୍ତା ଉନ୍ନତି କରଣ ଯୋଜନା ରେ ୧୦ କି.ମି ରାସ୍ତା ନିର୍ମାଣ ଉଦେଶ୍ୟରେ ୧୦ କୋଟି ୭୨ ଲକ୍ଷ ବ୍ୟୟ ଅଟକଳ ସ୍ଥିର କରାଯାଇ ଏହି ରାସ୍ତାକୁ ବିଧାୟକ ଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଛି ।

ଏହି ରାସ୍ତା ଦ୍ୱାରା ଲୋଧାଚୁଆ, ତାରିଆ, ଗଡବାଣୀକିଲୋ, ତାଳକଣି ଆଦି ଗ୍ରାମ ପଂଚାୟତର ଅଧିବାସୀ ମାନେ ଉପକୃତ ହେବେ ବୋଲି ଆଶାପୋଷଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗିରିଜାକାନ୍ତ ମହାପାତ୍ର, ପାଣ୍ଡବ ସେଠୀ, ବନମାଳୀ ମହାପାତ୍ର, ସଚିକାନ୍ତ ଷଡଙ୍ଗୀ, ପ୍ରଭାତ ପ୍ରଧାନ, ନର୍ମଦା ରାୟ ଙ୍କ ସହ ଉଭୟ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version