ଚାଷୀଙ୍କ ଦ୍ବାରା ୨୪ ଘଣ୍ଟା ଧରି ଡିପ୍ ବୋରୱେଲ ଗାଡି ଓ ଜେଇ ଅଟକ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ପଦ୍ମପୁର :- ” ବିଜୁ କୃଷକ ବିକାଶ ” ଯୋଜନା ଅନୁଯାୟୀ ୪ଜଣ ଚାଷୀଙ୍କୁ ଗୋଟିଏ କ୍ଳସଟର ମାଧ୍ୟମରେ ଡିପବୋର ୱେଲ ଓ ବିଦ୍ଯୁତ ସଂଯୋଗ ଯୋଗାଇ ଦିଆଯିବାର ଯୋଜନା ଗତ କିଛି ବର୍ଷ ଧରି ରାଜ୍ୟରେ ଚାଲିଛି । ଏଥି ପାଇଁ ପ୍ରତ୍ଯେକ ଚାଷୀ ରାଜ୍ୟର ଉଠା ଜଳ ସେଚନ ବିଭାଗକୁ ଅନଲାଇନ ଆବେଦନ କରିବା ସହ ପ୍ରତ୍ୟେକ ଚାଷୀ ୨୦ ହଜାର ଟଙ୍କା ବ୍ଯାଙ୍କରେ ଡ୍ରାଫଟ୍ ଆକାରରେ ଜମା କରିଥାନ୍ତି । ଗତ ୪ବର୍ଷ ତଳେ ଚାଷୀ ମାନେ ଟଙ୍କା ଜମା କରିଥିବା ବେଳେ ଚଳିତ ବର୍ଷ ୨ ମାସ ହେଲା ଏବେ ଏହି ଯୋଜନାରେ ଚାଷୀଙ୍କ କ୍ଷେତ ମାନଙ୍କ ରେ ଡିପ ବୋରୱେଲ ଖୋଲା ଚାଲିଛି । ଗତ କାଲି ଝାରବନ୍ଦ ବ୍ଲକ ଅନ୍ତର୍ଗତ ଛୋଟ ଅନକି ଗ୍ରାମ ପଞ୍ଚାୟତର ବଡ ଅନକି ଗ୍ରାମରେ ଆବେଦନ କରିଥିବା ୨୪ ଜଣ ଚାଷୀ ସର୍ବ ଶ୍ରୀ ଖଗେଶ୍ବର ସିଦ୍ଧାର,କର୍ମୁ ବରିହା,ରିଖିରାମ ବରିହା,ବୁନା ବରିହା, ମୋହନ ସାହୁ,ଚମରା ନାଏକ,ଦୁର୍ଯ୍ୟୋଧନ ନାଏକ,ନାରାୟଣ ବରିହା,ଧନେଶ୍ବର ପଟେଲ, ଫଗନୁ କେଉଁଟ ଆଦିଙ୍କ କ୍ଷେତ ଡିପ୍ ବୋରୱେଲ ଖୋଲିବା ପାଇଁ ୪ଟି ଗାଡି ଆସି ପହଞ୍ଚିଥିଲା ।

ଖଗେଶ୍ବର ସିଦ୍ଧାରଙ୍କ କ୍ଷେତରେ ବୋରୱେଲ ଖୋଲିବା ପରେ ବାକି ଜମିରେ ବୋରୱେଲ ଖୋଲାଯିବ ନାହିଁ ବୋଲି ଉଠା ଜଳସେଚନ ପ୍ରକଳ୍ପ ପାଇକମାଲ ଜେଇ ଭୂମିସୂତା କୁଅଁର ଫୋନ କରିବାରୁ ଗାଡି ଗୁଡିକ ବଡଅନକି ଗାଁରୁ ବାହାରି ଯାଉଥିବା ବେଳେ ଗ୍ରାମବାସୀ ମାନେ ଏହାର ପ୍ରତିବାଦ କରି ସମସ୍ତ ବୋରୱେଲ ନ ଖୋଲିବା ପର୍ଯ୍ୟନ୍ତ ଗାଡି ଛଡାଯିବ ନାହିଁ କହି ଗାଡି ମାନଙ୍କୁ ଅଟକ ରଖିଲେ । ଗାଡି ମାନଙ୍କୁ ଗାଁ ରୁ ନେବା ପାଇଁ ଜେଇ ଶ୍ରୀ କୁଅଁର ପହଞ୍ଚିବାରୁ ଚାଷୀ ମାନଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇ ଜେଇ ଙ୍କୁ ମଧ୍ୟ ଗାଡି ସହ ଅଟକ ରଖିଥିଲେ । ଖବର ପାଇ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ବଡଅନକି ଗ୍ରାମ କୁ ପହଞ୍ଚି ଚାଷୀ ମାନଙ୍କ ସହ ସାମିଲ ହେବା ସହ ଯେତେ ଦିନ ପର୍ଯ୍ୟନ୍ତ ଏଠାରେ ବୋରୱେଲ ଖୋଲିଯିବ ନାହିଁ ଗାଁରେ ଗାଡି ସବୁ ଅଟକ ରଖାଯିବ ବୋଲି ବରଗଡ଼ ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଇଂଜିନିୟକୁ ସୂଚନା ଦେଇଥିଲେ ।

ପରିସ୍ଥିତି ଦେଖି ପୁଣି ବୋରୱେଲ ଖୋଲା ଆରମ୍ଭ ହେବା ପରେ ଜେଇଙ୍କୁ ଗାଁରୁ ଛଡାଯାଇଥିଲା । ଅନେକ ଗ୍ରାମରେ ବୋରୱେଲ ଖୋଲା କୁ ନେଇ ସରକାରୀ ଅଧିକାରୀ ମାନଙ୍କ ବିଚିତ୍ର ନିତି ଯୋଗୁଁ ଏଭଲି ପରିସ୍ଥିତି ଦେଖା ଦେଇଛି । ଏହି ଆନ୍ଦୋଳନ ମଧ୍ୟରେ ଗ୍ରାମ ପ୍ରମୁଖ ଚାଷୀ ସର୍ବ ଶ୍ରୀ ଧନୀରାମ ସାହୁ,ଗୋରା ବରିହା,ପୂର୍ଣ୍ଣାନନ୍ଦ ସାହୁ,ଉଧବ ନାଗ,ଚିନ୍ତାମଣି ରାଉତ,କୃଷ୍ଣ ଚନ୍ଦ୍ର ସାହୁ,ସନ୍ତୋଷ ପ୍ରଧାନ,ଧନେଶ୍ବର ବରିହା ଆଦି ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version