ମହିଳା ଙ୍କ ସୁରକ୍ଷା ପାଇଁ ରେଡ୍ ସ୍କୁଟି

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ବରଗଡ଼ :- ମହିଳା ଙ୍କ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ପାଇଁ ସରକାର ଙ୍କ ନୂତନ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ଙ୍କ ଗୃହ ବିଭାଗ ପକ୍ଷରୁ ରାଜ୍ୟ ପୋଲିସ ବିଭୁ ୫ ଶହ ରେଡ୍ ସ୍କୁଟି ଯୋଗାଇ ଦିଆଯାଇଛି । ନର୍ଭୟା ଯୋଜନା ମାଧ୍ୟମରେ ଦିଆଯାଇଥିବା ଏହି ସ୍କୁଟି ମହିଳା ଙ୍କ ସୁରକ୍ଷା ପାଇଁ ବ୍ୟବହାର ହେବ ।

ଯଦି କୌଣସି ମହିଳା ରାସ୍ତା ରେ ଥିବା ବେଳେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ତା ହେଲେ ସେ ୧୧୨ ନମ୍ବର କୁ ଡାଏଲ କଲେ ପୋଲିସ ପକ୍ଷରୁ ମହିଳା ପୋଲିସ କର୍ମଚାରୀ ରେଡ୍ ସ୍କୁଟି ରେ ପହଞ୍ଚି ସହାୟତା ପ୍ରଦାନ କରିବେ । ଏହାକୁ ଆଜି ଜିଲ୍ଲା ଏସପି ପଦ୍ମିନୀ ସାହୁ ଆରମ୍ଭ କରିଥିଲେ । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version