ରାୟଗଡ ପୁଲିସର ବେଆଇନ ବାଲି ଗାଡ଼ି ଜବତ, ଜୋରିମାନା ଆଦାୟ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ରାୟଗଡ :ରାୟଗଡ ପୁଲିସ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବାବେଳେ 3ଟି ବେଆଇନ ବାଲି ଧରି ଯାଉଥିବା ଟ୍ରାକ୍ଟରକୁ ଜବତ କରି, ଜୋରିମାନା ଆଦାୟ କରାଯାଇଛି। ଖବର ଅନୁଯାୟୀ ରାୟଗଡ ପୁଲିସ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବାବେଳେ ଲାଞ୍ଜିପଦର ଛକ ନିକଟରେ 3ଟି ବାଲି ଟ୍ରାକ୍ଟରକୁ ଅଟକାଇ ସେମାନଙ୍କର ବାଲି ଚାଲାଣ ସମନ୍ଦିୟ କୋୖଣସି କାଗଜପତ୍ର ନଥିବାରୁ ଜବତ କରି ରାୟଗଡ ତହସିଲଦାର ଲୀଳାବତୀ

ଆଚାୟ୍ଯଙ୍କୁ ହସ୍ତାନ୍ତର କରିଥିଲେ l ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ୧ )ଟ୍ରାକ୍ଟର ଗାଡି ନମ୍ବର OD20 B4183, ୨) ବସନ୍ତ ନାୟକଙ୍କ ଗାଡ଼ି OD20B2037 ୩) ହଳଧର କାର୍ଜି ଙ୍କ ଗାଡ଼ି OD20A5143 କୁ ପ୍ରତି ଗାଡିକୁ ଦଶ ହଜ଼ାର ଏକ ଶହ ପାଞ୍ଚ ଟଙ୍କା (10105/-)ଲେଖାଏଁ ଜୋରିମାନା ପକାଇ ଥିବା ଜଣାପଡିଛି। ପ୍ରକାଶ ଥାଉକି ଏଠାରେ ପ୍ରଶାସନ ତରଫରୁ ନଦୀରୁ ବାଲି ନେବା କୁ କୌଣସି

ସୁପାରିଶ ଦେଇନଥିବାବେଳେ ବେଆଇନ ବାଲି ନେବାଯୋଗୁଁ ଵାଲୀ ଗାଡ଼ି କୁ ଜବତ ଓ ମୋଟାଅଙ୍କରେ ଜୋରିମାନା ପକାଉଥିବାବେଳେ ମଧ୍ୟ ଚୋରା ରେ ବାଲି ଚାଳନ ବନ୍ଦ ହେଉନଥିବା ଦେଖିବାକୁ ମେଳୁଛି ଦିନ ଚୋରରେ ଵାଲୀ ଚାଳନ ବନ୍ଦ ହେଇ ରାତାରାତି ବାଲି ଚାଳନ ହେଉଛି । (ରିପୋର୍ଟ ସଞ୍ଜୀବ କୁମାର ପାଣି – ରାୟଗଡ ଗଜପତି )

Exit mobile version