ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରସଣ୍ଡା ଗାଁରେ ଜୁଆ ଆଡ୍ଡା ଉପରେ ଚଢ଼ଉ ପାଈଁ ଯାଇଥିବା ପୋଲିସ ଉପରେଆକ୍ରମଣ ୪ପୋଲିସ୍ କର୍ମଚାରୀ ଆହତ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର )ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଖରସଣ୍ଢା ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଥବା ବେଳେ ପଥର ମାଡରେ ପୋଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି ଏହି କି ଯେ ଗୁରୁବାର ରାତି ପ୍ରାୟ ୯.୩୦ ଘଣ୍ଟା ସମୟରେ ଖରସଣ୍ଡା ଗ୍ରାମ ରେ ଜୁଆ ଖେଳ ଚାଲିଥିବା ଖବରପାଇ ଗୁରାଣ୍ଡି ଥାନା ପୋଲିସ ଚଢ଼ାଉ କରିବା ପାଇଁ ଯାଇଥିଲେ। ପୋଲିସଗାଡି ଆସିବା ଦେଖି ସେଠାକାର ଲୋକେ ପୋଲିସ ଗାଡି ଉପରକୁ ଠେଲା ପଥର ରେ ଆକ୍ରମଣ କରିଥିଲେ। ଯାହା ଫଳରେ ଚାରିଜଣଙ୍କୁ ଆଘାତ ହୋଇଛି।

ସେମାନେ ହେଲ ପୋଲିସ ଅଧିକାରୀ ମମତା ପଣ୍ଡା, ହୋମ୍ ଗାଡ ଚିନ୍ମୟ ସାମଲ, ଆର୍ ପି ଏଫ ହେମନ୍ତ ପ୍ରଧାନ,ଓ କିଷାନ ଙ୍କୁ ଆକ୍ରମଣ ହୋଇଥବା ଖବର ପାଇ ଘଟଣାସ୍ଥଳକୁ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ଏବଂ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଯାଇଥିବାବେଳେ ଆହାତକାରିଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଗଜପତି ଏସ ପି ଶ୍ରୀ ତପନ କୁମାର ପଟ୍ଟନାୟକ।           ପାରଳାଖେମୁଣ୍ଡି (ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version