ଲୁଟ ଘଟଣା ରେ ୩ ଅଭିଯୁକ୍ତ ଗିରଫ, ନଗଦ ଟଙ୍କା, ସୁନା ଗହଣା ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ବରଗଡ଼ :- ବରଗଡ଼ ସହରସ୍ଥିତ ୫ ନମ୍ବର ଓ୍ୱ।ର୍ଡର ସହରାପଡାରେ ଗତ ୧୨ ତାରିଖରେ ପ୍ରାୟ ୨୫ ଲକ୍ଷ ଟଙ୍କା ର ସମ୍ପତ୍ତି ଲୁଟ ଘଟଣା ର ଟାଉନ୍ ପୋଲିସ ୪୮ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କଠାରୁ ୧୮ ଲକ୍ଷ ୨୪ ହଜାର ଟଙ୍କା,ସୁନା,ରୂପ,ହୀରା ଗହଣା, ଆଦି ଉଦ୍ଧାର କରିଛନ୍ତି ।

ସେହିପରି ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଛୁରା,ମୋଟର ସାଇକେଲ, ମୋବାଇଲ ଆଦି କୁ ଜବତ କରିଛି। ଆଜି ବରଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସପି ପଦ୍ମିନୀ ସାହୁ ସୂଚନା ଦେଇଥିଲେ। ଗିରଫ ଅଭିଯୁକ୍ତ ମାନେ ବରଗଡ଼ ପୈ।ଅଞ୍ଚଳରେ ବିପୁଳ ମଟାରୀ, ଅଶୋକ ରଣା, ଏବଂ ସୁଶାନ୍ତ ଭୁଏ ।

ଏଠାରେ ସୂଚନାଯୋଗ୍ୟ ଯେ, ଗିରଫ ଅଭିଯୁକ୍ତ ମାନେ ସହରାପଡା ନିବାସୀ ବ୍ୟବସାୟୀ ଅଙ୍କିତ ଅଗ୍ରୱାଲ ଙ୍କ ଘରକୁ ପଶି ଦିନ ଦ୍ବିପହରରେ ଲୁଟ ପାଟ କରିଥିଲେ। ଏ ନେଇ ଟାଉନ ଥାନାରେ ଏତଲା ହେବା ପରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ୩ ଟି ସ୍କ୍ୱାର୍ଡ ଗଠିତ ହୋଇଥିଲା ।

ତେବେ ଅଭିଯୁକ୍ତ ମାନଙ୍କ ନାମରେ ଆଗରୁ କୈ।ତହିଁ ଅପରାଧିକ ମାମଲା ଥିବା ଜଣା ପଡି ନାହିଁ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ଏସଡିପିଓ ଦୀପକ ଗୋଚ୍ଛାୟତ,ଟାଉନ୍ ଥାନାଧିକାରୀ ସଦାନନ୍ଦ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version