କେନ୍ଦ୍ରାପଡ଼ାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ କାଳନ୍ଦୀ ଚରଣ ଭୂୟାଁଙ୍କ ବିୟୋଗରେ ଶୋକ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) କେନ୍ଦ୍ରାପଡ଼ା :  କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଚାରିଗାଁ ଗ୍ରାମ ପଞ୍ଚାୟତର ବିଶିଷ୍ଟ ନାଟ୍ଯ ନିର୍ଦ୍ଦେଶକ ନାଟ୍ଯଶ୍ରୀ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ଭୂୟାଁଙ୍କ ବିୟୋଗରେ କେନ୍ଦ୍ରାପଡ଼ା କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ରୀଯୁକ୍ତ ଭୂୟାଁ ମୋ ପରି ଅନେକ କଳାକାରଙ୍କ ନାଟ୍ଯ ଗୁରୁ ଥିବା ସହ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଆଗଧାଡ଼ିର ନାଟ୍ଯ ନିର୍ଦ୍ଦେଶକ ଥିଲେ ସେ ନାଟକ ଗୁରୁଜୀ ଶ୍ରୀଯୁକ୍ତ ମହେଶ୍ୱର ନାୟକଙ୍କ ସହିତ ମିଶି ଚାରିଗାଁ

ରମଲୀଳା ଅନୁଷ୍ଠାନ ପାଇଁ ରାମଲୀଳା ଗୀତିନାଟ୍ୟ ରଚନା କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ଜଣେ ବରିଷ୍ଠ କଳାକାରଙ୍କୁ ହରାଇଲା । ତାଙ୍କ ନିଧନରେ ଚାରିଗାଁ , ଧୁମାତ , ଘାଗରା , ପଳସିଂହା , ଇନ୍ଦୁପୁର , ଚରପଡା , ନିକିରାଇ ପ୍ରଭୃତି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା । ଜୟ ଜଗନ୍ନାଥ ।

Exit mobile version