ଭାରସାମ୍ୟ ହରାଇ ଓଲଟିଲା ଯାତ୍ରିବାହି ବସ – ୫ ଆହତ

ଓଡିଶା ତାଜା ନ୍ୟୁଜ୍  (୧୪ ଜାନୁଆରୀ ଗୁରୁବାର ) କଙ୍କଡ଼ାହାଡ଼ :- ଭାରସାମ୍ୟ ହରାଇ ଓଲଟିଲା ଯାତ୍ରିବାହି ବସ ,୫ଆହତ । ସମସ୍ତ ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତିକରାଯାଇଛି।ସୂଚନା ଅନୁସାରେ ଶ୍ରି ରାମ ଜି ନାମକ ବସଟି (od01 s 9691) ରାଉରକେଲାରୁ ବାଲେଶ୍ବର ଅଭିମୂଖେ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ରାମିଆଳ ବ୍ରିଜ ନିକଟରେ ରାତି ପ୍ରାୟ ୩ଟା ବେଳକୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିପଡିଥିଲା ।

ବସରେ ୫୦ରୁ ଉର୍ଧ ଯାତ୍ରି ଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନି ଓ ପୋଲିସ ପହଞ୍ଚି ଯାତ୍ରି ମାନଙ୍କୁ ସୁରକ୍ଷିତ ଭାବେ ଉଧାର କରିଥିଲେ ।

Exit mobile version