ଲାୟନ୍ସ କ୍ଲବ ବରଗଡ଼ ଦ୍ୱାରା ବସ୍ତ୍ର ବଣ୍ଟନ

ଓଡିଶା ତାଜା ନ୍ୟୁଜ୍  (୧୪ ଜାନୁଆରୀ ଗୁରୁବାର ) ବରଗଡ଼   :- ଲାୟନ୍ସ କ୍ଲବ ବରଗଡ଼ ପକ୍ଷରୁ ଟାଉନ୍ ଥାନ ଛକ ଠାରେ ଆବଶ୍ୟକ କରୁଥିବା ଲୋକଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଉନ୍ ଥାନ ଆଇଆଇସି ସଦାନନ୍ଦ ପୂଜାରୀ ଯୋଗ ଦେଇ ଲୋକଙ୍କୁ ବସ୍ତ୍ର ବାଣ୍ଟିଥିଲେ ।

ଲାୟନ୍ସ କ୍ଲବ ବରଗଡ଼ ର ସଭାନେତ୍ରୀ ଜୟନ୍ତୀ ବେହେରା ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଲାୟନ୍ସ କିଶନ ଲାଲ ଅଗ୍ରୱାଲ ଓ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version