ଟିପିସିଓଡିଏଲ୍ ଦ୍ୱାରା ପୁରୀରେ ଖୋଲିଲା କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର

ଓଡିଶା ତାଜା ନ୍ୟୁଜ୍  (୧୪ ଜାନୁଆରୀ ଗୁରୁବାର )ଭୁବନେଶ୍ୱର :- ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ଦ୍ୱାରା ଜଗନ୍ନାଥ ଧାମ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର (କଷ୍ଟମର କେୟାର୍ ସେଂଟର) ଉଦ୍‌ଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ପୁରୀର ଉପ ଜିଲ୍ଲାପାଳ ଶ୍ରୀମତୀ ଇତିଶ୍ରୀ ନାୟକ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ଉତ୍ସବରେ ଟିପିସିଓଡିଏଲ୍‌ର ବରିଷ୍ଠ ପରିଚାଳନା ଅଧିକାରୀ ଓ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ । ମହିଳାମାନେ କିପରି ଅର୍ଥନୈତିକ ସ୍ୱାଧୀନତା ପାଇବେ ସେଦିଗରେ ଟିପିସିଓଡିଏଲ୍ କାର୍ଯ୍ୟ କରୁଛି । ସେଥିପାଇଁ କଂପାନି ଅଭିବୃଦ୍ଧି ଓ ବିକାଶର ନୂତନ ଉପାୟ ଅବଲମ୍ବନ କରୁଛି । ଏହି ପ୍ରତିଶ୍ରୁତି ପାଳନ ପାଇଁ କଂପାନି ପକ୍ଷରୁ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟନ କରାଯାଇଛି । ଏହି କେନ୍ଦ୍ରକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରିବେ । ଏଥିପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।

ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ, ବିଲ୍ ପେମେଂଟ୍‌, ଉପଭୋକ୍ତାଙ୍କ ଅଭିଯୋଗ ଶୁଣି ଏହାର ସମାଧାନ ନିମନ୍ତେ ଏହି କର୍ମଚାରୀମାନେ ପ୍ରଶିକ୍ଷଣପ୍ରାପ୍ତ । ଉତ୍କୃଷ୍ଟ ଶ୍ରେଣୀର ଗ୍ରାହକ ସେବାରେ ମହିଳାମାନେ ଶକ୍ତିଶାଳୀ ଭୂମିକା ଗ୍ରହଣ କରିବେ । ଉନ୍ନତ ଗ୍ରାହକ ଅଭିଜ୍ଞତା ପ୍ରଦାନ ପାଇଁ ଏହି ଗ୍ରାହକ ସେବା କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରଶିକ୍ଷଣପ୍ରାପ୍ତ । କ୍ୟୁ ମ୍ୟାନେଜମେଂଟ୍ ସିଷ୍ଟମ: କେନ୍ଦ୍ରକୁ ଗ୍ରାହକଙ୍କ ଆଗମନକୁ ଦକ୍ଷତାର ସହ ପରିଚାଳନା କରିବା । ସେଲ୍‌ଫ ହେଲ୍ପ କିଓସ୍କ: ନୂତନ ସଂଯୋଗ ସଂକ୍ରାନ୍ତୀୟ ସୂଚନା, ଡୁପ୍ଲିକେଟ୍ ବିଲ, ଗ୍ରାହକ ବିବରଣୀ ସମ୍ପର୍କୀୟ ତଥ୍ୟ ଏହି ଇ-କିଓସ୍କରୁ ମିଳିପାରିବ । ଫିଡ୍‌ବ୍ୟାକ୍ ଟ୍ୟାବ୍‌: କେନ୍ଦ୍ରରେ ଗ୍ରାହକମାନଙ୍କୁ କିପରି ସେବା ଉପଲବ୍ଧ ହେଲା ତାହାର ମତାମତ ଏହି ଟ୍ୟାବ୍‌ରେ ଉଲ୍ଲେଖ କରାଯିବ । ଟେଲିଭିଜନ: ଅନ୍‌ଲାଇନ୍ ପେମେଂଟ୍ ଓ ସୁରକ୍ଷା ସମ୍ପର୍କରେଗ୍ରାହକଙ୍କୁ ଜଣାଇବା ପାଇଁ ଟେଲିଭିଜନ ଲାଗିଛି । ଏହି ଅବସରରେ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍‌. ସେନବାଗମ୍ କହିଛନ୍ତି ଯେ, “ମହିଳା ସଶକ୍ତିକରଣ ଦିଗରେ ଆମେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛୁ । ମହିଳା ସଶକ୍ତିକରଣ ଉପରେ ଆମ କଂପାନିର ବିଶ୍ୱାସକୁ ପୁରୀରେ ଉଦ୍‌ଘାଟିତ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର ଆହୁରି ଶକ୍ତିଶାଳୀ କରିବ । ଲିଙ୍ଗ ବିବିଧତାକୁ ମଜବୁତ କରିବା ନିମନ୍ତେ ଏହା ଏକ ଉଦ୍ୟମ ଓ ଅଭିନବ ସେବା ଏବଂ ସମାଧାନ ପ୍ରଦାନ କରି ଗ୍ରାହକଙ୍କ ମଧ୍ୟରେ ଆନନ୍ଦ ସୃଷ୍ଟି କରିବ । ଆମର ଗ୍ରାହକ ସେବା କେନ୍ଦ୍ରଗୁଡିକ ଗୋଟିଏ ଛାତ ତଳେ ଗ୍ରାହକମାନଙ୍କୁ ସୁବିଧାରେ ସମସ୍ତ ସେବା ଯୋଗାଇଦେବା ସହ ସିଧାସଳଖ ଯୋଗାଯୋଗ କରିବାର ସୁଯୋଗ ପ୍ରଦାନ କରିବ ।”

Exit mobile version