କରୋନା ଭୁତାଣୁ ସଂକ୍ରମଣ ନିୟନ୍ତ୍ରଣ ଓ ପ୍ରତିରୋଧ ସଂପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଭୁବନେଶ୍ୱର, 2020 :- ଭୁବନେଶ୍ୱର କରୋନା ଭୁତାଣୁ ସଂକ୍ରମଣ ନିୟନ୍ତ୍ରଣ ଓ ପ୍ରତିରୋଧ ସଂପର୍କିତ ଏକ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହରୀ ଧଳଙ୍କ ଅଧ୍ୟକ୍ଷତାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଥିବାରୁ ବିଦେଶରୁ ମୁଖ୍ୟତହ ଚୀନ୍‌ରୁ ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରେ ଥଣ୍ଡା, ଜ୍ୱର, କାଶ, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ଭଳି ସଂକ୍ରମଣ ଲକ୍ଷଣ ଦେଖାଗଲେ ତୁରନ୍ତ ସେମାନଙ୍କୁ ବିମାନ ବନ୍ଦରଠାରେ ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ନେବା ସହ ସେମାନଙ୍କୁ ଆବଶ୍ୟକ ସ୍ଥଳେ କ୍ୟା ପିଟାଲ୍‌ ହସ୍‌ ପିଟାଲ୍‌ରେ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ଭୁବନେଶ୍ୱରର କ୍ୟା ପିଟାଲ୍‌ ହସ୍‌ ପିଟାଲ୍‌ ସହ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍‌ ପିଟାଲ୍‌, ଭିମ୍‌ସାର ଓ ଝାରସୁଗୁଡ଼ା ଜିଲ୍ଲାମୁଖ୍ୟ ଚିକିତ୍ସାଳୟଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କ୍ୟା ପିଟାଲ୍‌ ହସ୍‌ ପିଟାଲ୍‌ଠାରେ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ବିଭାଗୀୟ ପ୍ରମୁଖ ସଚିବ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ କ୍ୟା ପିଟାଲ୍‌ ହସ୍‌ ପିଟାଲ୍‌ ପରିଦର୍ଶନରେ ଯାଇ ଚିକିତ୍ସା ବ୍ୟବସ୍ଥାର ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରିଥିଲେ ।

ଏହା ଛଡ଼ା ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଭାଇରସ୍‌ଜନିତ ରୋଗ ଚିହ୍ନଟ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନାେଯୋଗ୍ୟ ଯେ କରୋନା ଭାଇରସ୍‌ ସଂକ୍ରମଣ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ଅଯଥା ଆତଙ୍କିତ ନହେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ସମୀକ୍ଷା ବୈଠକ ଅବସରରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉ ପସ୍ଥିତ ଥିଲେ ।

Exit mobile version