ନୟାପଲ୍ଲୀରେ ମକର ବନ୍ଧୁ ମିଳନ

ଓଡିଶା ତାଜା ନ୍ୟୁଜ୍  (୧୪ ଜାନୁଆରୀ ଗୁରୁବାର )ଭୁବନେଶ୍ୱର :- ଭୁବନେଶ୍ୱର ମହାନଗର ନିଗମ ନୟାପଲ୍ଲୀ ୱାର୍ଡ଼ ନଂ ୩୯ ରେ ମକର ସଂକ୍ରାନ୍ତିର ଶୁଭ ଅବସରରେ ଯୁବନେତା ତଥା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ରାଜ୍ୟ ଉପ-ସଭାପତି ଶ୍ରୀଯୁକ୍ତ ଅଭିଳାଷ ମାଣିଆ ମହୋଦୟଙ୍କ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜଣାଶୁଣା ଯୁବ ସମାଜସେବୀ ତଥା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ଦେବବ୍ରତ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଇଂରାଜୀ ନୂତନ ବର୍ଷ ଓ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉଭୟ ନେତାଙ୍କ କନିଷ୍ଠ ସହଯୋଗୀ ଶ୍ରୀ ବିଶ୍ୱଜିତ ସାହୁଙ୍କ ତ୍ୱାବଧାନରେ ଛାତ୍ର ନେତା ଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ଶ୍ରୀ ସାହିଲ ହରିଚନ୍ଦନଙ୍କ ସମେତ ଅନେକ ଉତ୍ସାହି ଯୁବ ଗୋଷ୍ଠୀ ନୟାପଲ୍ଲୀ ୱାର୍ଡ଼ ନଂ ୩୯ ଅଧୀନରେ ଥିବା ନୂଆସାହି ଅଂଚଳର ସିତାପୁର ସାହି, ଖ୍ରୀଷ୍ଟିଆନ ସାହି, କେଉଟ ସାହି ସହ ଅନ୍ୟନ୍ୟ ସାହି ବାସିନ୍ଦାଙ୍କୁ ଭେଟି ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ

ଆଶୀର୍ବାଦ ଓ ଭଲ ପାଇବା କାମନା କରି ମକର ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ସଂଗଠନର କନିଷ୍ଠ ସହଯୋଗୀ ଶ୍ରୀ ବିକାଶ ମହାନ୍ତି , ଶ୍ରୀ ସୁଲୁ ନାୟକ, ଶ୍ରୀ ରୋସନ ସାହୁ, ଯୁନେଦ ଅଖତର, ଶ୍ରୀ ସୁନୀଲ ସାହୁ, ଶ୍ରୀ ନିଖିଲ ବେହେରାଙ୍କ ସମେତ ଅନେକ ଉତ୍ସାହି ଯୁବ ବନ୍ଧୁଗଣ ଏଥିରେ ସାମିଲ ହୋଇ ସମସ୍ତ ସହଯୋଗ କରି ସୁଚାରୁ ରୂପେ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ ।

Exit mobile version