ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) ଭୁବନେଶ୍ୱର :- ଏମିତି ଅନେକ ନଜିର ରହିଛି ଯେତେବେଳେ କି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ନିଜର ନିଃସ୍ୱାର୍ଥପର ସେବା ଓ ମାନବିକତା ଜରିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହପରି ଏକ ଘଟଣା ସାମ୍ନାକୁ ଆସିଛି ଖୋଦ କଟକ ସହରରେ । ଘଟଣାନୁଯାୟୀ ଗତ ଜାନୁୟାରୀ ୧୧ ତାରିଖ ଦିନ ୧୦୮ ସିଡିସିକୁ କାଠଯୋଡ଼ି ବ୍ରିଜରେ ଏକ ଦୁର୍ଘଟଣା ହୋଇଥିବା ନେଇ ଏକ ଫୋନ କଲ ଆସିଥିଲା । ଖବର ପାଇବା ପରେ ମାତ୍ର ୧୦ ମିନିଟ୍ରେ ଡ୍ରାଇଭର ନଟବର ରାଉତ, ଇଏମଟି ବିଶ୍ୱ ରାଉତ ଏବଂ ସହାୟକ ଦିଲିପ କୁମାର ବିଶ୍ୱାଳ ତୁରନ୍ତ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଂଚିଥିଲେ । ଏହାପରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଜଣଙ୍କୁ କର୍ମଚାରୀ ମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଏସସିବିରେ ଭର୍ତି କରାଇଥିଲେ ।
