ମକର ସଂକ୍ରାନ୍ତିରେ ନୟାଗଡ଼ କ୍ଳବ ତରଫରୁ ମାଗଣା ଜଳଖିଆ ବିତରଣ

ଓଡିଶା ତାଜା ନ୍ୟୁଜ୍  (୧୪ ଜାନୁଆରୀ ଗୁରୁବାର ) କଟକ :-  ନୟାଗଡ଼ ସଦରମହକୁମାରେ ଅବସ୍ଥିତ ଆହାର କେନ୍ଦ୍ର ନିକଟରେ ନୟାଗଡ଼ କ୍ଲବ୍ ତରଫରୁ ୨୦୦ ଅଭାବୀ ଗରିବ ଦୁଃସ୍ଥ ଲୋକମାନଙ୍କୁ ମାଗଣା ଜଳଖିଆ ବିତରଣ କରାଯାଇଛି । ନୟାଗଡ଼ କ୍ଲବ୍ ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଜଳଖିଆ ବିତରଣ କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ ଏଚ ଡି ଯୋଗଦେଇ ବିତରଣ କାର୍ଯ୍ୟକ୍ରମର ଶୁଭାରାମ୍ଭ କରିଥିଲେ ।

 

ଆଜି ପବିତ୍ର ମକରସଂକ୍ରନ୍ତି ଅବସରରେ ସକାଳ ୯ଟା ସମୟରେ ଉପମା ଘୁଗୁନି ଜଳଖିଆ ବିତରଣ  କରାଯାଇଥିବା ବେଳେ ପ୍ରତ୍ଯେକ ମାସ ସଂକ୍ରାନ୍ତିରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ଆଗକୁ ମଧ୍ଯ ଜାରିରହିବ ବୋଲି କ୍ଲବ୍ ର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ସୂଚନା ଦେଇଛନ୍ତି । ଏହି ମାଗଣା ଜଳଖିଆ ବିତରଣ କାର୍ଯ୍ୟକ୍ରମରେ 

କ୍ଲବର ଉପସଭାପତି ଅରୁଣ କୁମାର ମହାନ୍ତି , ସଂପାଦକ ମିହିର ରଂଜନ ନାୟକ , ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ,ଲକ୍ଷ୍ମୀ ନାରାୟଣ ରଥ , ଧୀରେନ୍ଦ୍ର ପଟ୍ଟନାୟକ , ଅବିନାଶ ସାହୁ ଓ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ , ସମାଜସେବୀ ଦାମୋଦର ସାହୁ , ପ୍ରଫୁଲ୍ଲ କୁମାର ନାୟକ , ନେତ୍ରାନନ୍ଦ ସାହୁ ସମେତ ବହୁ ସମାଜସେବୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।  ( ରିପୋର୍ଟ ରାମକୃଷ୍ଣ ରଥ )

Exit mobile version