ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମିତି ଓଡିଶା ପକ୍ଷରୁ ରାୟଗଡ଼ ଠାରେ ବୈଠକ ଅନୁଷ୍ଠିତ

ଓଡିଶା ତାଜା ନ୍ୟୁଜ୍  (୧୪ ଜାନୁଆରୀ ଗୁରୁବାର ) ରାୟଗଡ଼ :- ଗଜପତି ରାୟଗଡ଼ ବ୍ଲକ ପକ୍ଷରୁ ଭଗବାନ ଶ୍ରୀରାମ ଙ୍କ ଭଵ୍ୟ ମନ୍ଦିର ନିର୍ମାଣ ସକେଶେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମିତି ଓଡିଶା ଆହ୍ୱାନ କ୍ରମେ ଅର୍ଥ ସଂଗ୍ରହ ପ୍ରତି ହିନ୍ଦୁ ପରିବାର ଠାରୁ ହୋଇପାରିବ ସେଥି ନିମନ୍ତେ ରାୟଗଡ଼ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆର ଏସ ଏସ, ଶବର ସମାଜ, ବିଶ୍ୱ ହିନ୍ଦୁ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ,ଧର୍ମ ଜାଗରଣ ସଂଗଠନ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି !

ଏହି ବୈଠକରେ ଗଜପତି ଜିଲ୍ଲା ସଙ୍ଘଚାଳକ ଗୌରାଙ୍ଗ ପାଣିଗ୍ରାହୀ,ଦୀପ ପ୍ରଯୁଳନ କରି କାର୍ଯ୍ୟକ୍ରମ ପ୍ରାରମ୍ଭ କରିଥିଲେ l ସଙ୍ଘ ପ୍ରଚାରକ ମୁନୀନ୍ଦ୍ର ଶବର, ବିଶ୍ଵାମିତ୍ର ମହାନ୍ତ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବିଶ୍ଵହିନ୍ଦୁ ପରିଷଦ ଗଜପତିଜିଲ୍ଲା ସଭାପତି ପ୍ରେମା ନନ୍ଦ ମାହାନ୍ତି,ନରେନ୍ଦ୍ର ଯାନୀ, ଅମୁଲ୍ୟ କୁମାର ପାତ୍ର , ଆଗାମୀ ତା 15/01/21ଠାରୁ 31/01/21 ରିଖ ଯାଏ ଶ୍ରୀରାମ ମନ୍ଦିରନିର୍ମାଣ ସକାଶେ ପ୍ରତି ଗାଁ ଗାଁ ରେ ପ୍ରତି ଘରେ ଘରେ ପହଂଚି ପ୍ରଭୁ ରାମ ଙ୍କ ମନ୍ଦିର ନିର୍ମାଣ ପାଇଁଅର୍ଥ ସଂଗ୍ରହ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା !

 

ତା 15/01/21(ବୁଧୁବାର) ଦିନ ମଣ୍ଡଳସାହି ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ଜିରାଙ୍ଗ ବଳଦେବ ମନ୍ଦିର ଠାରୁ ଲାଞ୍ଜିପଦର ଛକ ଦେଇ ରାୟଗଡ଼ ଜଗନ୍ନାଥ ମନ୍ଦିର ଠାରେ ସମାପ୍ତ ହେବ ଦୁଇ ଚକିୟା ମଟର ସାଇକେଲ ରାଲି କରିବା ପାଇଁ ନିଷ୍ପତି ନିଆ ଯାଇଥିଲା ! ଏଥିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଯୋଗଦାନ କରି କିଭଳି ଭାବରେ ଏହି କାର୍ଯ୍ୟ ସମ୍ପାଦନ ହୋଇପାରିବ ବୋଲି ଆଲୋଚନା ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଆଖ ପାଖ ପଂଚାୟତରୁ ବୁଦ୍ଧିଆ ଶବର, ଶ୍ୟାମସୁନ୍ଦର ଶବର,ଶଙ୍କର ଶବର, ଲାବଣ୍ୟ ରାଇକା, ସୁବାଷ କାର୍ଜୀ,ଟୁକୁନା ଘଡ଼ାଇ , ସୁଜୟ ଶବର, ଗଙ୍ଗା ଧର ଗୌଡ଼,ସୁଦାମ ନାୟକ,ରମା କାନ୍ତ ଦଳାଇ, କୃଷ୍ଣ ଚନ୍ଦ୍ର ଭୂୟାଁ,ଗଣେଶ ବିଷୋୟୀ,ସରସ୍ବତୀ ଶିଶୁ ମନ୍ଦିର ସମସ୍ତ ଗୁରୁଜୀ ଗୁରୁମା ପ୍ରମୁଖ ସହଯୋଗ କରିଥିଲେ l (ରାୟଗଡ ଗଜପତି ସଞ୍ଜୀବ କୁମାର ପାଣି)

Exit mobile version