ଓଡିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ବୁଧବାର ) ପଦ୍ମପୁର :-ପଦ୍ମପୁର ଉପଖଣ୍ତରେ ଧାନ ମଣ୍ତିରୁ ଉଠିପାରୁନି ଧାନ। ଚାଷୀ ଉପାଜିର୍ତ ଧାନକୁ ସରକାରଙ୍କ ନିର୍ଦ୍ଧାରିତ ମଣ୍ତିରେ କେବେ ଠାରୁ ପକାଇଥିଲେ ମଧ୍ୟ ଚାଷୀଙ୍କ ଧାନ ନ ଉଠି ବେପାରୀ ମାନଙ୍କ ଧାନ ଉଠୁଥିବା ନେଇ ବିଭିନ୍ନ ସ୍ଥାନରୁ ପ୍ରତିଦିନ କିଛି ନା କିଛି ଅଭିଯୋଗ ଆସୁଥିବା ବେଳେ ଆଜି ଚାଷୀଙ୍କ ଧାନ ଉଠି ପାରୁନଥିବାରୁ ପ୍ରତିବାଦ ଜଣାଇ ରାସ୍ତାରେ ବସିଲେ ଚାଷୀ । ପଦ୍ମପୁର ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର ଚାଷୀ ମାନଙ୍କ ନିର୍ଦ୍ଧାରତ ସମୟରେ ଧାନ ନ ଉଠିବା, ଟୋକନ ସେପ୍ପ ହେବା ଅଭିଯୋଗରେ ଚାଷୀ ମାନେ ରାସ୍ତାକୁ ଓହ୍ଲାଇବା ସହ ସୋହେଲା ରୁ ନୂଆପଡା କୁ ଯାଉଥିବା ବିଜୁ ଏକ୍ସପ୍ରେସ ଓ୍ବେ କୁ ବରିକେଲ ଗ୍ରାମ ଠାରେ ଅବରୋଧ କରିଥିଲେ । ସକାଳୁ ଚାଷୀ ରାସ୍ତାକୁ ଅବରୋଧ କରି ମଣ୍ତିରେ ତାଲା ମାରିଥିଲେ ।
ଘଟଣା ସ୍ଥଳରେ ପୋଲିସ ଓ ବିଭାଗିୟ ଅଧିକାରୀ ଆସି ବୁଝାଇଥିଲେ ହେଁ ଚାଷୀ ଜିଲ୍ଲାପାଳଙ୍କ ଠାରୁ ଉଚିତ ପ୍ରତିଶ୍ରୁତି ଲୋଡା କରିଥିଲେ । ଏଥି ସମ୍ବନ୍ଧରେ ଏ.ସି.ଏସ.ଓ. ପଦ୍ମପୁର ଶମ୍ଭୁ ପ୍ରଶାଦ ହରିପାଳଙ୍କୁ ପଚାରାଇବାରୁ ବୋରିକେଲ ମଣ୍ତିରୁ ପ୍ରାୟ ୨୨୨୫୩ ପ୍ୟାକେଟ ଧାନ ଉଠିସାରିଥିବା ବେଳେ ୮୦୮୮ ପ୍ୟାାକେଟ ଧାନ ଉଠିନ ପରିବାରୁ ଏରାଇଭାଲ ବାକି ରହିଅଛି। ଟାଗ୍ରେଟ୍ ଫିଲପ ହୋଇସାରିଥିବାରୁ ୨୯.ଡିସେମ୍ବର ୨୦୨୦ ପରେ ଏରାଇଭାଲ ନ ହୋବା ଯୋଗୁଁ ମଣ୍ତିରେ ଧାନ ପଡିରହିଥିବା ଶ୍ରୀ ହରିପାଳ ଜଣଇଛନ୍ତି । ଏହି ରାସ୍ତାରୋକର ସୂଚନା ଉପରସ୍ତ ଅଧିକାରୀଙ୍କୁ ଜଣାଇଛନ୍ତି ଓ ଏହାର ସମାଧାନର ବାଟ ପାଇଁ ଯୋଗାଯୋଗରେ ଅଛନ୍ତି ବୋଲି ମତାମତ ଦେଇଛନ୍ତି । ବିରିକେଲ ରେ ଚାଷୀ ଭାଇମାନେ ରାସ୍ତାରୋକ ଅନ୍ଦୋଳନ କରିଥିବା ଖବର ପାଇ ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦିପ
