ପରିମଳ ସଚେତନତା କାର୍ଯ୍ୟକ୍ରମ

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) ହିଞ୍ଜିଳିକାଟୁ  :- ଗଞ୍ଜାମ ଜିଲ୍ଲା ଜଳ ଓ ପରିମଳ ମିଶନ , ଛତ୍ରପୁର ଆନୁକୂଲ୍ୟରେ ତଥା ଜିଲ୍ଲାପାଳ ଗଞ୍ଜାମଙ୍କ ନିର୍ଦ୍ଦେଶରେ ଗ୍ରାମୀଣ ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଏକ ଉତ୍ତମ ପରିବେଶ ଓ ପ୍ରଦୂଷଣ ମୁକ୍ତ ବାତାବରଣ ସୃଷ୍ଟି ସକାଶେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସ୍ଥାନୀୟ ହିଞ୍ଜିଳି ବ୍ଲକ ସାରୁ ଗ୍ରାମ ପଞ୍ଚାୟତ ରେ ମଙ୍ଗଳବାର ପରିମଳ ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଇଓ ଏସ ରାଜେଶ ରାଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ରମା ଦାସ, ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର ଓ ସଭ୍ୟ ରାମଚନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।

ଗ୍ରାମୀଣ ପରିବେଶକୁ କିପରି ପରିଷ୍କାର ପରିଚ୍ଛନ୍ନତା ରଖାଯାଇ ଏକ ସ୍ୱଚ୍ଛ,ବାହ୍ୟ ମଳମୁକ୍ତ ବାତାବରଣ ସୃଷ୍ଟି ହୋଇ ପାରିବ ସେନେଇ ଏକ ସଚେତନତା ରାଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର, ବଡ ଦାଣ୍ଡ ସାହି ଆଦି ପରିକ୍ରମା କରିଥିଲା ।ମୁଖ୍ୟତଃ କଠିନ ଓ ତରଳ ବର୍ଯ୍ୟବସ୍ତୁ ସବୁକୁ ଏଣେତେଣେ ନ ଫୋପାଡ଼ି ଏକ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ଭାବେ ଗଢି ତୋଳିବା ପାଇଁ ସଚେତନ କରାଇଥିଲେ । କରୋନା ଦାଉରୁ ସୁରକ୍ଷିତ ଭାବେ ରହିବା ନିମନ୍ତେ ଗ୍ରାମରେ ମାସ୍କ ବଣ୍ଟନ କରି ସଚେତନତା ସୃଷ୍ଟି କରା ଯାଇଥିଲା । କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟସଭ୍ୟା,ମହିଳା ସ୍ୱାସ୍ଥ୍ୟ କର୍ମୀ ସାବିତ୍ରୀ, ଆଶା ଓ ଅଙ୍ଗନବାଡି ଦିଦି ଙ୍କ ସମେତ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version