ରାସ୍ତା ମଝିରେ ଓଲଟିଲା ଗ୍ୟାସ ଟ୍ୟାଙ୍କର

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) ଛତ୍ରପୁର :- ବୁଧବାର ସକାଳୁ ଜାତୀୟ ରାଜପଥ -୧୬ର ତମ୍ପରା ଠାରେ ଘନ କୁହୁଡି ହେତୁ ରାସ୍ତା ଭଲ ଭାବେ ଦେଖାଯାଉ ନଥିବାରୁ ଗୋଟିଏ ଗ୍ୟାସ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଁଛି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଦୁର୍ଘଟଣା ସ୍ଥଳର ଦୁଇ ପଟୁ ରାସ୍ତା କୁ ପୋଲିସ ବନ୍ଦ କରିଥିବାରୁ ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି ।

ଏହି ଖବର ପାଇ ଏକ ପୋଲିସ ଭ୍ୟାନ ଗହଣା ସ୍ଥଳକୁ ଯାଉଥିବା ବେଳେ ହଠାତ ଏକ ସାଇକେଲ ଚାଳକ ପୋଲିସ ଗାଡି ସମ୍ମୁଖ କୁ ଆସିଯିବାରୁ ତାକୁ ବଞ୍ଚାଇ ବାକୁ ଉଦ୍ୟମ କରି ଓଲଟି ପଡିଥିବା ଖବର ମିଳିଛି । ପୋଲିସ ଗାଡ଼ିରେ ଥିବା ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଚାରି ଜଣଙ୍କୁ ସ୍ଥାନୀୟ ଏମ୍ କେ ସି ଜି ରେ ଭର୍ତ୍ତି କରା ଯାଇଥିବା ବେଳେ ଗୁରୁତର ଜଣକୁ କଟକ ଏସସିବି କୁ ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି ।
 ( ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version