ମହାମହିମା ଉଚ୍ଚବିଦ୍ୟାଳୟରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ ସହ ଛାତ୍ର ଛାତ୍ରୀ ମାନଙ୍କୁ କରୋନା ସଚେତନତା

ଓଡିଶା ତାଜା ନ୍ୟୁଜ୍  (୧୩ ଜାନୁଆରୀ ବୁଧବାର ) ବାଲିକୁଦା ,ଏରସମା :- କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ବିଦ୍ୟାଳୟ ସବୁ ବନ୍ଦ ରହି ଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଫଳରେ ବିଦ୍ୟାଳୟ ଖୋଲିବା ଫଳରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବରିଷ୍ଠ ଆଇନଜୀବୀ ପ୍ରକାଶ ପ୍ରଧାନ ସହଯୋଗ ରେ ବାଲିକୁଦା ବ୍ଲକ ମରିଚପୁର ପଞ୍ଚାୟତରେ ,

ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତା ମାନେ କରୋନା ମହାମାରୀ ପାଇଁ ଗାଦି ବ୍ରହ୍ମ ବିଦ୍ୟାପୀଠ ମରିଚପୁର ଏବଂ ମହାମହିମା ଉଚ୍ଚବିଦ୍ୟାଳୟ ଧନୁହର ବେଲାରୀ ରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ ସହ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ । ଉକ୍ତ ଜନ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ତୃଷାର ଶୁକ୍ଳା, ପିଣ୍ଟୁ ଦାସ, ଦିଲିପି ବେହେରା, ବାପି ଦାସ, ରାଜୀବ ଦାସ, ସାଗର ମଲ୍ଲିକ, ଗୁଡ଼ୁ ଦାସ, ସୁଧୀର ଦାସ ପ୍ରମୁଖ । (ରିପୋର୍ଟ : ରଶ୍ମି ରଂଜନ ଖୁଣ୍ଟିଆ )

Exit mobile version